ବିରାଟଙ୍କୁ ଈର୍ଷା କରୁଛନ୍ତି ପାକିସ୍ତାନୀ ଖେଳାଳି, ବ୍ୟାଟିଂ ଦେଖିବା ପରେ ଶୋଏବ ଅଖତର ଦେଲେ ଏମିତି ବୟାନ

ବିରାଟ କୋହଲି ଏବେ ଟି-୨୦ କ୍ରିକେଟରୁ ରିଟାଏରମେଣ୍ଟ ନିଅନ୍ତୁ। ଏକଥା କହିଛନ୍ତି ପାକିସ୍ତାନୀର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର। ଅଖତରଙ୍କ କହିବାନୁଯାୟୀ, ବିରାଟ ଏବେ କ୍ରିକେଟର ଛୋଟ ଫର୍ମାଟ ଛାଡି ବଡ ଫର୍ମାଟରେ ଖେଳିବା ଜରୁରୀ। ନିଜ ୟୁଟ୍ୟୁବ ଚ୍ୟାନେଲରେ ଶୋଏବ ଅଖତର ଏହା ପ୍ରକାଶ କରିଛନ୍ତି।
ନିଜ ୟୁଟ୍ୟୁବରେ ଶୋଏବ କହିଛନ୍ତି, ମୁଁ ଭାବୁଛି, ବିରାଟ ନିଜ କ୍ୟାରିଅରର ସବୁଠାରୁ ଭଲ ଇନିଂସ ପାକିସ୍ତାନ ବିପକ୍ଷରେ ଖେଳିଛନ୍ତି। ନିଜ ଉପରେ ଦୃଢ ବିଶ୍ୱାସ ରହିଥିବାରୁ ସେ ଏମିତି ଖେଳିପାରିଥିଲେ। ଜୋରଦାର ଧମାକା ସହିତ ବିରାଟ ନିଜ ଫର୍ମକୁ ଫେରି ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ତେଣୁ ମୁଁ ଚାହୁଁଛି ବିରାଟ ଏବେ ଟି-୨୦ ଖେଳରୁ ସନ୍ନ୍ୟାସ ନିଅନ୍ତୁ। ମୁଁ ଚାହୁଁନି ସେ ଟି-୨୦ ଫର୍ମାଟରେ ହିଁ କେବଳ ଭଲ ଖେଳନ୍ତୁ। ଯେଉଁଭଳି କମିଟମେଣ୍ଟ କରି ପାକିସ୍ତାନ ବିପକ୍ଷରେ ଖେଳିଛନ୍ତି, ସେହିଭଳି କମିଟମେଣ୍ଟ କରି ଦିନିକିଆ ମ୍ୟାଚରେ ମଧ୍ୟ ଖେଳନ୍ତୁ।
ଏହାସହିତ ଅଖତର କହିଛନ୍ତି, ବିରାଟ ଗତ ୩ ବର୍ଷ ହେଲାଣି ଫର୍ମରେ ନଥିଲେ। କୌଣସି ଭଲ ରନ୍ କରୁନଥିଲେ। ସେଥିପାଇଁ ଅଧିନାୟକ ପଦ ଛଡାଇ ନିଆଯାଇଥିଲା। ଅନେକ ଲୋକ ବହୁତ କିଛି କଥା ତାଙ୍କ ବିଷୟରେ କହୁଥିଲେ। ତେବେ ଦୀପାବଳି ପୂର୍ବ ଦିନ ନିଜ ଫର୍ମକୁ ଫେରିବାର ଭଲ ଦିନ ଥିଲା। ଏହି ଦିନ ବିରାଟ ଜବରଦସ୍ତ ବ୍ୟାଟିଂ କରି ସମସ୍ତଙ୍କ ମୁହଁ ବନ୍ଦ କରିଦେଇଥିଲେ। ତାଙ୍କ ନିଷ୍ପତ୍ତି ପରଫେକ୍ଟ ଥିଲା। ତାଙ୍କ ଫର୍ମକୁ ସେ ଫେରିଥିବାରୁ ମୁଁ ବହୁତ ଖୁସି। ସେ ଜଣେ ମହାନ୍ କ୍ରିକେଟର।
ତେବେ ବିରାଟଙ୍କ ଜବରଦସ୍ତ ଫର୍ମକୁ ଫେରି ଯେଉଁ ବ୍ୟାଟିଂ କରିଛନ୍ତି, ତାହା ପାକିସ୍ତାନୀ ଖେଳାଳିଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଶୋଏବ ଅଖତରଙ୍କ ବୟାନରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି। ବିରାଟ ପାକିସ୍ତାନ ବିପକ୍ଷ ଟି-୨୦ ମ୍ୟାଚରେ ୫୩ ବଲରେ ୮୨ ରନ୍ କରିଥିଲେ। ଆଉ ବିରାଟଙ୍କ ଏହି ଇନିଂସ ଭାରତୀୟ ଟିମ ପାଇଁ ଅସମ୍ଭବ ଥିବା ବିଜୟକୁ ବାଜିମାରିବାରେ ପରିଣତ କରିଥିଲା। ସେବେ ଠାରୁ ବିରାଟ ପାକିସ୍ତାନୀ ଫ୍ୟାନ୍ସଙ୍କ ପାଇଁ ଟେନସନ୍ ହୋଇଛନ୍ତି।
Also Read : ହାରିବା ପରେ ପାକିସ୍ତାନୀ ଫ୍ୟାନ୍ସଙ୍କ ମୁଣ୍ଡ ହୋଇଗଲା ଟିଣ, ରାଗରେ ଭାଙ୍ଗିଦେଲେ ଟିଭି: ଭିଡିଓ ସେୟାର କଲେ ସେହ୍ଵାଗ