ସେମିଫାଇନାଲ ମ୍ୟାଚରେ ଭାରତକୁ ଝଟକା, ଶୁବମନ ଗିଲ ରିଟାୟର୍ଡ ହର୍ଟ

ସେମିଫାଇନାଲ ମ୍ୟାଚରେ ଟିମ୍‌ ଇଣ୍ଡିଆକୁ ବଡ ଝଟକା ଲାଗିଛି । ୬୫ ବଲରୁ ୭୯ ରନ୍ କରି ଖେଳୁଥିବା ବେଳେ ତାଙ୍କ ଗୋଡ଼ରେ ଆଘାତ ଲାଗିଛି । ସାଣ୍ଟନରଙ୍କ ଚତୁର୍ଥ ବଲରେ ଆହତ ହୋଇ ପାଭିଲିୟନ ଫେରିଛନ୍ତି ଶୁଭମନ । ଏହି ମ୍ୟାଚରେ ଭାରତ ଭଲ ସ୍କୋର କରି ଆଗେଇଛି ।

ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲ ଖେଳାଯାଉଛି । ଏହି ମ୍ୟାଚରେ ଭାରତ ଭଲ ସ୍କୋର କରି ଆଗେଇଛି । ହେଲେ ଏହି ମ୍ୟାଚରେ ଟିମ୍‌ ଇଣ୍ଡିଆକୁ ବଡ ଝଟକା ଲାଗିଛି । ମ୍ୟାଚରେ ଆହତ ହୋଇଛନ୍ତି ଭାରତର ଷ୍ଟାର ଓପନର ଶୁବମନ ଗିଲ୍ । ୨୩ ଓଭରରେ ଅଧା ମ୍ୟାଚରୁ ପାଭିଲିୟନ ଫେରିଛନ୍ତି ଶୁବମନ ଗିଲ୍ ।

୬୫ ବଲରୁ ୭୯ ରନ୍ କରି ଖେଳୁଥିବା ବେଳେ ତାଙ୍କ ଗୋଡ଼ରେ ଆଘାତ ଲାଗିଛି । ସାଣ୍ଟନରଙ୍କ ଚତୁର୍ଥ ବଲରେ ଆହତ ହୋଇ ପାଭିଲିୟନ ଫେରିଛନ୍ତି ଶୁବମନ ।

ତେବେ ଏପର୍ଯ୍ୟନ୍ତ ଭାରତ ୩୦ ଓଭରରେ ୨୧୦ ରନ୍‌ କରିଛି । ରୋହିତ ଶର୍ମା୨୯ ବଲରେ ୪୭ ରନ କରି ଆଉଟ ହୋଇଥିବା ବେଳେ ଶୁବମନ ୭୯ କରିଛନ୍ତି । ସେହିପରି ବିରାଟ କୋଡଳି ୬୪ ଏବଂ ଶ୍ରେୟସ ଆୟର ୧୭ ରନ୍‌ କରି ଖେଳୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.