କୌଣସି ଅଭିନେତ୍ରୀଙ୍କଠାରୁ କମ୍ ନୁହଁନ୍ତି ଶୁଭମନ ଗିଲ୍ଙ୍କ ଭଉଣୀ ଶହନିଲ ଗିଲ୍…ବିକିନୀରୁ ଦେଶୀ ଅବତାର ପର୍ଯ୍ୟନ୍ତ ସବୁଥିରେ ହଟ୍

ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍ ୨୩ ବର୍ଷ ବୟସରେ ହିଁ ପୂରା ଦୁନିଆରେ ନିଜର ପରିଚୟ ସୃଷ୍ଟି କରି ସାରିଛନ୍ତି। ଶୁଭମନ ଗିଲ୍ଙ୍କ ଭଉଣୀ ମଧ୍ୟ କୌଣସି ଅଭିନେତ୍ରୀଙ୍କଠାରୁ କମ୍ ନୁହଁନ୍ତି। ସେ ମଧ୍ୟ ସୋସିଆଲ ମିଡିଆରେ ଛାଇ ରହିଛନ୍ତି। ଫ୍ୟାନ୍ମାନେ ତାଙ୍କ ସୌନ୍ଦର୍ଯ୍ୟଙ୍କୁ ଖୁବ୍ ପ୍ରଶଂସା କରନ୍ତି। ଆଜି ଆମେ ଆପଣଙ୍କୁ ଶୁଭମନ ଗିଲ୍ଙ୍କ ଭଉଣୀଙ୍କ ବିଷୟରେ କହିବୁ।
ଶୁଭମନ ଗିଲ୍ଙ୍କ ଭଉଣୀ ହେଲେ ଶହନିଲ ଗିଲ। ସେ ବହୁତ ସୁନ୍ଦର ଏବଂ ଷ୍ଟାଇଲିଶ। ଶହନିଲ ଗିଲ୍ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ ରହିଛନ୍ତି। ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ହଟ୍ ଫଟୋ ଏବଂ ଭିଡିଓ ସେୟାର କରି ଥାଆନ୍ତି। ତାଙ୍କୁ ବିକିନି ଫଟୋରୁ ଆରମ୍ଭ କରି ଦେଶୀ ଅବତାର ପର୍ଯ୍ୟନ୍ତ ଲୁକ୍ରେ ଦେଖାଯାଇ ସାରିଛି।
ଇନଷ୍ଟାଗ୍ରାମରେ ଶହନିଲ ଗିଲ୍ଙ୍କର ୫୦.୮ ହଜାର ଫଲୋୟର୍ସ ଅଛନ୍ତି। କହି ରଖୁଛୁ କି, ଶହନିଲ ଗିଲ୍ ନିଜ ଭାଇ ଶୁଭମନ ଗିଲ୍ଙ୍କଠାରୁ ବଡ଼। ଶୁଭମନ ଗିଲ ନିଜ ଭଉଣୀ ଶହନିଲ ଗିଲଙ୍କୁ ତାଙ୍କର ସବୁଠାରୁ ଭଲ ସାଙ୍ଗ ବୋଲି ଭାବନ୍ତି। ଶହନିଲ ଏକ ଅନଲାଇନ୍ ଫୁଡ୍ ଅର୍ଡର କମ୍ପାନୀ SkipTheDishesରେ କାମ କରନ୍ତି। ଶୁଭମନ ଗିଲଙ୍କ ବ୍ୟକ୍ତିଗତ ଜୀବନ ଠାରୁ ଆରମ୍ଭ କରି କ୍ରିକେଟ୍ ପର୍ଯ୍ୟନ୍ତ, ସବୁଥିରେ ବଡ଼ ଭଉଣୀ ଶହନିଲ ଗିଲଙ୍କ ହସ୍ତକ୍ଷେପ ରହିଥାଏ। ଶୁଭମନ ଗିଲଙ୍କ ପରିବାରରେ ତାଙ୍କ ଭଉଣୀଙ୍କ ବ୍ୟତୀତ ତାଙ୍କ ବାପା, ମାଆ ମଧ୍ୟ ଅଛନ୍ତି।

ଭାରତୀୟ ଟିମ୍ର ବ୍ୟାଟସମ୍ୟାନ୍ ଶୁଭମନ ଗିଲ୍ କିଛି ଦିନ ତଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥିଲେ। ତାଙ୍କର ଏକ ଭାଇରାଲ ଫଟୋ ସାମ୍ନାକୁ ଆସିଥିଲା, ଯେଉଁଥିରେ ଶୁଭମନ ଗିଲ ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ସହିତ ରୋମାଣ୍ଟିକ ଡିନରରେ ଯାଇଥିଲେ। ଶୁଭମନ ଗିଲ ଲଣ୍ଡନରେ ସାରାଙ୍କ ସହିତ ନଜର ଆସିଥିଲେ। ଦୁହେଁ ଏକ ରେଷ୍ଟୁରାଣ୍ଟରେ ବସି ଖାଉଥିବା ଦେଖିବାକୁ ମିଳିଥିଲେ। ଏହା ପୂର୍ବରୁ ଶୁଭମନ ଗିଲ୍ ସାରା ତେନ୍ଦୁଲକରଙ୍କ ସହିତ ଡେଟ୍ରେ ଥିବା ଚର୍ଚ୍ଚା ଚାଲିଥିଲା। କିନ୍ତୁ ସାରା ଏହି କଥାକୁ ଖଣ୍ଡନ କରିଛନ୍ତି।