IPL ୨୦୨୦: ବହୁ ପ୍ରତୀକ୍ଷାର ଘଟିବ ଅନ୍ତ, ଆଜି ଘୋଷଣା ହେବ ଆଇପିଏଲର ପୂରା ସିଡ୍ୟୁଲ

ଆଇପିଏଲ ୨୦୨୦ର ପୂରା କାର୍ଯ୍ୟକ୍ରମ ସେପ୍ଟେମ୍ବର ୪ ଅର୍ଥାତ୍‌ ଆଜି ଜାରି କରାଯିବ। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଗୁରୁବାର ଦିନ ଏନେଇ ସୂଚନା ଦେଇଛନ୍ତି। ଗାଙ୍ଗୁଲି ଗଣମାଧ୍ୟମକୁ କହିଛନ୍ତି ‘ଆମେ ବୁଝିପାରୁଛୁ ଯେ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେବାରେ ବିଳମ୍ବ ହେଉଛି। ଶୁକ୍ରବାର ଦିନ ପୂରା କାର୍ଯ୍ୟକ୍ରମ ସମ୍ପର୍କରେ ଜଣାଇଦିଆଯିବ’।

ତେବେ ଆଶା କରାଯାଉଛି ଯେ ପ୍ରଥମ ମ୍ୟାଚ୍‌ ସେପ୍ଟେମ୍ବର ୧୯ରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। କାରଣ ଟୂର୍ଣ୍ଣାମେଣ୍ଟର ଆୟୋଜକ ପ୍ରଥମ ମ୍ୟାଚ୍‌କୁ ଦମ୍‌ଦାର କରିବାକୁ ଚାହୁଁଛନ୍ତି। ଏମ୍‌ଏସ୍‌ ଧୋନି ଓ ରୋହିତ ଶର୍ମାଙ୍କ ଟିମ୍‌ ମଧ୍ୟରେ ଟକ୍କର ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।

c
ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ଧୁମଲ କହିଛନ୍ତି ଧାର୍ଯ୍ୟ ସମୟରେ ହିଁ ଲିଗ୍‌ ଆରମ୍ଭ ହେବ। ଚେନ୍ନାଇ ସୁପରକିଙ୍ଗସ୍‌ର ୧୩ ଖେଳାଳି କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ଲିଗ୍‌ ଆୟୋଜନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏମିତିକି ଟୂର୍ଣ୍ଣାମେଣ୍ଟ ରଦ୍ଦ ହେବା ଆଶଙ୍କା ମଧ୍ୟ ପ୍ରକାଶ ପାଇଥିଲା। ମାତ୍ର ସବୁ କିଛି ନିର୍ଦ୍ଧାରିତ ସମୟରେ ହେବ ବୋଲି ବିସିସିଆଇ ପକ୍ଷରୁ କୁହାଯିବା ପରେ ଫ୍ୟାନ୍‌ମାନେ ଆଶ୍ୱସ୍ତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.