ଏବେ ଖେଳାଳିଙ୍କୁ ଦେବାକୁ ପଡିବ ସଂପୂର୍ଣ୍ଣ ରେଳ ଟିକେଟ ଭଡ଼ା, କାହିଁକି ଏମିତି ନିଷ୍ପତ୍ତି ନେଲା ରେଳ ମନ୍ତ୍ରଣାଳୟ

କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଦେଶରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଲାଗି ଏସ୍ଓପି ଜାରି ହୋଇଛି। ଏପରି ସ୍ଥଳେ ରେଳ ମନ୍ତ୍ରଣାଳୟ ଦ୍ବାରା ଆରମ୍ଭରୁ ବ୍ୟତିକ୍ରମ କରାଯାଇଛି। ଖବର ଅନୁଯାୟୀ, ଜାତୀୟ ପ୍ରତିଯୋଗିତା ବ୍ୟତୀତ ସର୍ବଭାରତୀୟ କିମ୍ବା ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଉଥିବା ଖେଳାଳି କିମ୍ବା ଦଳଗୁଡ଼ିକୁ ମିଳୁଥିବା ରେଳ ଟିକେଟ୍ ରିହାତିକୁ ବନ୍ଦ କରିଦିଆଯାଇଛି। ଖେଳାଳିମାନଙ୍କୁ ଯଦି ଟିକେଟ୍ ରିହାତି ନମିଳେ ତେବେ ଆଗାମୀ ଦିନରେ ପ୍ରତିଯୋଗିତା ଆୟୋଜନରେ ଏହା ପ୍ରତିବନ୍ଧକ ସୃଷ୍ଟି କରିବ ବୋଲି ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ)ର ଅଧ୍ୟକ୍ଷ ନରିନ୍ଦର ଧ୍ରୁବ ବାତ୍ରା ଆଶଙ୍କା ବ୍ୟକ୍ତ କରିଛନ୍ତି।

ପୂରା ରେଳ ଭଡ଼ା ଦେଇ ଖେଳାଳିମାନଙ୍କୁ ବିଭିନ୍ନ ପ୍ରତିଯୋଗିତାକୁ ପଠାଇବା କ୍ରୀଡ଼ା ସଂଘ ତଥା ରାଜ୍ୟ ଅଲିମ୍ପିକ୍ସ ସଂଘ ନିକଟରେ ସେତିକି ସମ୍ବଳ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ରେଳ ମନ୍ତ୍ରଣାଳୟ ପକ୍ଷରୁ ଦୀର୍ଘଦିନ ହେବ ଜାତୀୟ ଖେଳରେ ଅଂଶଗ୍ରହଣ କରୁଥିବା ଖେଳାଳି ଏବଂ ଦଳକୁ ସ୍ଲିପର କ୍ଲାସରେ ୭୫ ପ୍ରତିଶତ, ପ୍ରଥମ ଶ୍ରେଣୀ ଓ ତୃତୀୟ ଏସିରେ ୫୦ ପ୍ରତିଶତ ଏବଂ ଦ୍ବିତୀୟ ଏସିରେ ୨୫ ପ୍ରତିଶତ ରିହାତି ଦିଆଯାଉଥିଲା। ଫଳରେ ଅଧିକ ସଂଖ୍ୟାରେ ଖେଳାଳି ପ୍ରତିଯୋଗିତାରେ ଭାଗ ନେବା ଲାଗି ଆଗ୍ରହ ଦେଖାଉଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.