ବିଶ୍ୱକପ୍‌ : ଭୁଶୁଡ଼ି ପଡ଼ିଲା ଶ୍ରୀଲଙ୍କା ବ୍ୟାଟିଂ ଦୁର୍ଗ, ୨୦୩ ରନ୍‌ରେ ଅଲ୍‌ଆଉଟ୍‌

ଲଣ୍ଡନ୍‌ : ବିଶ୍ୱକପ୍‌ର ୩୫ତମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ବଡ଼ ଝଟ୍‌କା ଦେଇଛି ଦକ୍ଷିଣ ଆଫ୍ରିକା । ଆଜିର ମ୍ୟାଚ୍‌ରେ ମାତ୍ର ୨୦୩ ରନ୍‌ରେ ଶ୍ରୀଲଙ୍କାକୁ ଅଲ୍‌ଆଉଟ୍‌ କରିଛି । ଦକ୍ଷିଣ ଆଫ୍ରିକାର ପ୍ରମୁଖ ବୋଲରମାନେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍‌ଙ୍କୁ ଓ୍ଵିକେଟ୍‌ରେ ତିଷ୍ଠିବାକୁ ଦେଇ ନଥିଲେ । ଫଳରେ କେବଳ ଫର୍ଣ୍ଣାଣ୍ଡୋ ଓ ପରେରା ସର୍ବାଧିକ ୩୦ ରନ୍‌ ଲେଖାଏଁ କରିବାକୁ ସକ୍ଷମ ହୋଇଥିଲେ । ରାବଡ଼ା ମ୍ୟାଚ୍‌ର ପ୍ରଥମ ବଲ୍‌ରେ ଓ୍ଵିକେଟ୍‌ ନେବା ପରେ ଯେମିତି ଶ୍ରୀଲଙ୍କା ବ୍ୟାଟିଂ ଦୁର୍ଗରେ ଗ୍ରହଣ ଲାଗି ଯାଇଥିଲା । ରାବଡ଼ା ୨ଟି ଏବଂ ମୋରିସ୍‌ ଓ ପ୍ରିଟୋରିୟସ୍‌ ୩ଟି ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଥିଲେ । ଆଉ ୩ଟି ବଲ୍‌ ବାକି ଥାଇ ଶ୍ରୀଲଙ୍କା ସମସ୍ତ ଓ୍ଵିକେଟ୍‌ ହରାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.