IPL: ହାଇଦ୍ରାବାଦର ଦମଦାର ବିଜୟ, ପଞ୍ଜାବକୁ ଶେଷ ଓଭରରେ କଲା ପରାସ୍ତ

ଚଳିତ ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ରୋମାଞ୍ଚକ ଭାବେ ୨ ରନ୍‌ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି।

ଶେଷ ଓଭରରେ ରୋମାଞ୍ଚ । ଆଇପିଏଲରେ ପଞ୍ଜାବ କିଙ୍ଗସକୁ ଶେଷ ଓଭରରେ ହରାଇଲା ସନ୍ ରାଇଜର୍ସ ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୧୮୨ ରନ୍ କରିଥିଲା । ୧୮୩ ରନ୍ ଟାର୍ଗେଟର ପିଛା କରି ଶେଷ ଓଭରରେ ଦୁଇ ଦଳ ଭିତରେ ହୋଇଥିଲା ଘମାଘୋଟ ଲଢ଼େଇ । ପଞ୍ଜାବର ଦୁଇ ତାରକା ଶଶାଙ୍କ ସିଂ ଓ ଆଶୁତୋଷ ଶର୍ମା ଦମଦାର ବ୍ୟାଟିଂ କରି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । କିନ୍ତୁ ଶେଷ ବଲ୍ ଯାଏ ଲଢି ମ୍ୟାଚକୁ ନିଜ ହାତ ମୁଠାକୁ ଆଣିଥିଲା ହାଇଦ୍ରାବାଦ ।

ଶଶାଙ୍କ ସିଂ ୨୫ ବଲରୁ ଧୂଆଁଧାର ୪୬ ରନ୍ ଓ ଆଶୁତୋଷ ଶର୍ମା ୧୫ ବଲରୁ ୩୩ ରନ୍ କରି ଅପରାଜିତ ରହିଥିଲେ । କିନ୍ତୁ ଜିତାଇ ପାରି ନଥିଲେ । ଶେଷ ଓଭରରୁ ୨୯ ରନ୍ ଆବଶ୍ୟକ ଥିଲା । କିନ୍ତୁ ବିଜୟଠାରୁ ମାତ୍ର ୨ ରନ୍ ଦୂରରେ ରହିଗଲା ପଞ୍ଜାବ। ହାଇଦ୍ରାବଦର ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲେ ନୀତିଶ ରେଡ୍ଡୀ । ସେ ୩୭ ବଲରୁ ୬୪ ରନ୍ ପିଟିଥିଲେ । ବୋଲିଂ କରି ନେଇଥିଲେ ଗୋଟିଏ ୱିକେଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.