ଏସିଆ କପ୍‌ ବିଜେତା ଟି-୨୦ ବିଶ୍ୱକପ ପ୍ରଥମ ମ୍ୟାଚରେ ଧୂଳି ଚାଟିଲା, ୫୫ ରନରେ ହରାଇଲା ନାମ୍ବିଆ

ଆଜିଠାରୁ ଆରମ୍ଭ ହୋଇଛି ଟି-୨୦ ବିଶ୍ୱକପ୍। ଆଜିର ପ୍ରଥମ ମ୍ୟାଚରେ ମୁହାମୁହିଁ ହୋଇଥିଲେ ଶ୍ରୀଲଙ୍କା ଏବଂ ନାମ୍ବିଆ । ଏହି ମ୍ୟାଚରେ ଶ୍ରୀଲଙ୍କାକୁ ୫୫ ରନରେ ପରାସ୍ତ କରିଛି ନାମ୍ବିଆ। ରାଉଣ୍ଡ ୧ର ପ୍ରଥମ ମ୍ୟାଚ୍‌ ନାମ୍ବିଆ ଶ୍ରୀଲଙ୍କାକୁ ହରାଇ ବାଜି ମାରିନେଇଛି। ୧୬୩ ରନର ପିଛା କରି ଶ୍ରୀଲଙ୍କା ମାତ୍ର ୧୦୮ ରନରେ ଅଲଆଉଟ୍‌ ହୋଇଥିଲା।

ବିଶ୍ୱକପର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିଲା ନାମ୍ବିଆ। ଟସ ହାରି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ ହରାଇ ୧୬୩ ରନ୍‌ କରିଥିଲା। ଦଳ ପକ୍ଷରୁ ଜାନ୍ ଫ୍ରାଏଲିଙ୍କ ୨୮ଟି ବଲରେ ୪ଟି ଚୈାକା ସହ ୪୪ ରନ୍ ସଂଗ୍ରହ କରିଥିଲେ। ତାଙ୍କ ପରେ ଅଧିନାୟକ ଏରାମୁସ ୨୦ ରନ୍, ବାର୍ଡ ୨୬ରନ୍, ଲୋଫିଟି ଏଟୋନ ୨୦ ରନ୍, ସ୍ମିତ ୩୧ରନ୍ କରିଥିଲେ । ଯାହାଫଳରେ ଦଳ ୨୦ ଓଭରରେ ମୋଟ ୧୬୩ ରନ୍ ସଂଗ୍ରହ କରିଥିଲେ ।

ନାମ୍ବିଆ ଟିମ୍‌ ଦେଇଥିବା ୧୬୪ ରନର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିଲେ ଶ୍ରୀଲଙ୍କା ଓପନର । କିନ୍ତୁ ଶ୍ରୀଲଙ୍କା ଓପନର ନାମ୍ବିଆ ବୋଲର ଆଗରେ ଧରାଶାୟୀ ହୋଇପଡିଥିଲେ । ଲଗାତର ଓ୍ୱିକେଟ୍ ହରାଇଥିଲା ଟିମ୍‌ । ଶ୍ରୀଲଙ୍କାର ୪ଜଣ ବ୍ୟାଟସମ୍ୟାନ୍ଙ୍କୁ ଛାଡି ଆଉ କୌଣସି ବ୍ୟାଟସମ୍ୟାନ୍ ବି ଦୁଇ ଅଙ୍କ ସ୍କୋର କରିପାରିନଥିଲା । ଶେଷରେ ମୋଟ ୧୯ ଓଭରରେ ଶ୍ରୀଲଙ୍କା ୧୦୮ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ନାମ୍ବିଆ ପକ୍ଷରୁ ଡେଭିଡ୍ ଓ୍ୱାଇସ୍, ବେରନାର୍ଡ , ସିକାଙ୍ଗୋ, ଜାନ୍ ୨ଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

ତେବେ ଆଗାମୀ ମ୍ୟାଚ ଶ୍ରୀଲଙ୍କା ମଙ୍ଗଳବାର ଦିନ ୟୁଏଇ ସହିତ ଖେଳିବ।

Also Read: ବର୍ଷା ସାଜିବ ବାଧକ ! ବାତିଲ ହୋଇପାରେ ଭାରତ-ପାକସ୍ତାନ ଟି-୨୦ ବିଶ୍ୱକପ ମ୍ୟାଚ୍‌

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.