ତୃତୀୟ ଦିନିକିଆ ପୂର୍ବରୁ ବାବା ମହାକାଳଙ୍କୁ ଦର୍ଶନ କଲେ ଭାରତୀୟ ଖେଳାଳି, ପନ୍ତଙ୍କ ପାଇଁ କଲେ ପ୍ରାର୍ଥନା
ଭାରତ ଏବଂ ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ପୂର୍ବରୁ ଉଜ୍ଜେନର ମହାକାଳ ମନ୍ଦିରରେ ପହଞ୍ଚିଛନ୍ତି ଟିମ୍ ଇଣ୍ଡିଆର ଖେଳାଳି । ଭାରତୀୟ କ୍ରିକେଟ ଟିମର କିଛି ଖେଳାଳି ସୂର୍ଯ୍ୟକୁମାର ଯଦବ, ଓ୍ଵାଂଶିଟନ ସୁନ୍ଦର ଏବଂ କୁଲଦୀପ ଯାଦବଙ୍କ ସହିତ ସପୋର୍ଟ ଷ୍ଟାଫ ମଧ୍ୟ ମନ୍ଦିରକୁ ଦର୍ଶନ ପାଇଁ ଯାଇଛନ୍ତି । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୩ଟି ମ୍ୟାଚବିଶିଷ୍ଟି ସିରିଜକୁ ଭାରତ ଜିତିସାରିଛି। ଏହି ସିରିଜରେ ୨-୦ରେ ଆଗୁଆ ରହିଛି ଭାରତ । ତୃତୀୟ ଦିନିକିଆ ମ୍ୟାଚ୍ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ଅନ୍ତିମ ଦିନିକିଆ ଜିତି କ୍ଲିନ୍ ସୁଇପ କରିବା ଲକ୍ଷ୍ୟରେ ରହିଛି ଭାରତ ।
ତୃତୀୟ ଦିନିକିଆ ମ୍ୟାଚ୍ ପୂର୍ବରୁ ଭାରତୀୟ ଖେଳାଳି ଉଜ୍ଜେନ ମନ୍ଦିରର ଭସ୍ମାରତୀରେ ସାମିଲ ହୋଇଥିଲେ । ଟିମ୍ ଇଣ୍ଡିଆର ଖେଳାଳି ପାରମ୍ପରିକ ପୋଷାକ ପରିଧାନ କରି ସାଧାରଣ ଲୋକଙ୍କ ମଧ୍ୟରେ ଭସ୍ମାରତୀ ଦେଖିଥିଲେ । ଏହି ସମୟରେ ସମସ୍ତ ଖେଳାଳି ଶିବ ଭକ୍ତିରେ ନଜର ଆସିଥିଲେ । ଏହା ସହିତ ରିଷଭ ପନ୍ତଙ୍କ ଶୀଘ୍ର ସୁସ୍ଥ ହେବା ନେଇ ମଧ୍ୟ ପ୍ରାର୍ଥନା କରିଥିଲେ ।
Madhya Pradesh | Indian cricketers Suryakumar Yadav, Kuldeep Yadav, and Washington Sundar visited Mahakaleshwar temple in Ujjain and performed Baba Mahakal’s Bhasma Aarti. pic.twitter.com/nnyFRLMbfa
— ANI (@ANI) January 23, 2023
ସୂର୍ଯ୍ୟକୁମାର କହିଥିଲେ, ଆମେ ରିଷଭଙ୍କ ଶୀଘ୍ର ସୁସ୍ଥ ହେବା ନେଇ ପ୍ରାର୍ଥନା କରୁଛୁ। ତାଙ୍କ ଫେରିବା ଦଳ ପାଇଁ ଜରୁରୀ । ଆଉ ଏହି ମନ୍ଦିର ଆସି ମନକୁ ବହୁତ ଶାନ୍ତି ମିଳିଲା ।
ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ତୃତୀୟ ଦିନିକିଆ ମ୍ୟାଚ ପୂର୍ବରୁ ଭାରତୀୟ କ୍ରିକେଟ ଟିମ୍ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରକୁ ପ୍ରାର୍ଥନା କରିବା ପାଇଁ ଯାଇଥିଲେ। କିଛି ଖେଳାଳି ଏବଂ ବିସିସିଆଇ ଅନ୍ୟ କର୍ମକର୍ତ୍ତା ମନ୍ଦିର ପହଞ୍ଚି ଶ୍ରୀ ପଦ୍ମନାଭସ୍ୱାମୀଙ୍କୁ ଦର୍ଶନ କରିଥିଲେ । ଯୁଜବେନ୍ଦ୍ର ଚହଲ, ସୂର୍ଯ୍ୟକୁମାର ଯାଦବ, ଓ୍ଵାଂଶିଟନ ସୁନ୍ଦର, କୁଲଦୀପ ଯାଦବ, ଅକ୍ଷର ପଟେଲ, ଶ୍ରେୟସ ଆୟର ଏବଂ ବୋଲିଂ କୋଚ ପାରସ ମହମ୍ବ୍ରେ ସାମିଲ ରହିଥିଲେ ।
Indian players visited Padmanabhaswamy Temple at Trivandrum. pic.twitter.com/S21VxIyGAh
— Johns. (@CricCrazyJohns) January 14, 2023
ସୂଚନାଯୋଗ୍ୟ, ଡିସେମ୍ବର ୩୦ ତାରିଖରେ ଦିଲ୍ଲୀରୁ ରୁଡକୀ ଯାଉଥିବା ବେଳେ ରିଷଭଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି କାରଣରୁ ତାଙ୍କର ଲିଗାମେଣ୍ଟ ଭାଙ୍ଗିଯାଇଛି। ଯେଉଁଥିପାଇଁ ରିଷଭ ୬ ମାସ ପର୍ଯ୍ୟନ୍ତ ଖେଳିପାରିବେ ନାହିଁ ।