Below header

ଆୟରଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ବଦଳିପାରେ ଟିମ୍‌ ଇଣ୍ଡିଆ, ସିରିଜ କବଜା କରିବାକୁ ଓହ୍ଲାଇବ ବୁମରାଙ୍କ ବାହିନୀ

ଆଜି ଭାରତ-ଆୟରଲାଣ୍ଡ ମଧ୍ୟରେ ଆଜି ଖେଳାଯିବ ଦ୍ବିତୀୟ ଟି-୨୦ ମ୍ୟାଚ୍‌ । ମ୍ୟାଚ୍ ଜିତି ସିରିଜ ଆଗୁଆ କବଜା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଡବଲିନରେ ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଖେଳାଯିବ ।

ଆଜି ଭାରତ-ଆୟରଲାଣ୍ଡ ମଧ୍ୟରେ ଆଜି ଖେଳାଯିବ ଦ୍ବିତୀୟ ଟି-୨୦ ମ୍ୟାଚ୍‌ । ଡବଲିନରେ ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଖେଳାଯିବ । ମ୍ୟାଚ୍ ଜିତି ସିରିଜ ଆଗୁଆ କବଜା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଶୁକ୍ରବାର ବର୍ଷା ବାଧାପ୍ରାପ୍ତ ପ୍ରଥମ ଟି-୨୦କୁ ଡର୍କ ୱର୍ଥ ଲୁଇସ୍ ନିମୟ ଅନୁସାରେ ମାତ୍ର ୨ ରନରେ ଜିତିଥିଲା ଭାରତ । ଯଶପ୍ରୀତ ବୁମରାଙ୍କ ନେତୃତ୍ବରେ ଯୁବ ବାହିନୀକୁ ନେଇ ଖେଳୁଛି ଟିମ୍ ଇଣ୍ଡିଆ ।

ପ୍ରଥମ ମ୍ୟାଚରେ ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ । ବର୍ଷା କାରଣରୁ ବନ୍ଦ ହୋଇଥିଲା ମ୍ୟାଚ୍ । ଫଳରେ ଭାରତୀୟ ଯୁବ ବ୍ୟାଟରଂକୁ ବ୍ୟାଟିଂ ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳି ନଥିଲା । ଆଜି ପାଗ ଠିକଠାକ୍ ରହିଲେ ଭାରତୀୟ ଯୁବ ତାରକାଙ୍କ ବ୍ୟାଟରୁ ବଡ଼ ଇନିଂସ ଆଶା କରାଯାଉଛି । ମିଡଲ ଅର୍ଡରରେ ଋତୁରାଜ ଗାୟକଓ୍ଵାଡ, ଶିବମ ଦୁବେ, ରିଂକୁ ସିଂଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ରୋହିତ, ବିରାଟ, ଶୁଭମନ୍ ଗିଲ୍, ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କ ଅନୁପସ୍ଥିତିରେ ସେମାନଙ୍କୁ ସୁଯୋଗ ମିଳିଛି । ଯଶପ୍ରୀତ ବୁମରା ବହୁ ଦିନ ପରେ ଫେରିଥିବା ବେଳେ ପ୍ରସିଦ୍ଧି କ୍ରିଷ୍ଣା ଟି-୨୦ରେ ପଦାର୍ପଣ କରିଛନ୍ତି ।

ଭାରତୀୟ ଦଳ: ଯଶପ୍ରୀତ ବୁମରା (ଅଧିନାୟକ), ଋତୁରାଜ ଗାଏକ୍ବାଡ (ଉପଅଧିନାୟକ), ଯଶସ୍ବୀ ଜୟସଓ୍ଵାଲ, ତିଳକ ବର୍ମା, ରିଙ୍କୁ ସିଂହ, ସଂଜୁ ସାମସନ୍ (ୱିକେଟକିପର), ଜ‌ିତେଶ ଶର୍ମା (ୱିକେଟକିପର), ଶିବମ ଦୁବେ, ୱାସିଂଟନ୍ ସୁନ୍ଦର, ଶାହାବାଜ ଅହମ୍ମଦ, ରବି ବିଷ୍ଣୋଇ, ପ୍ରସିଦ୍ଧ କୃଷ୍ଣ,  ମୁକେଶ କୁମାର, ଆୱେସ ଖାନ୍।

ଆୟରଲାଣ୍ଡ ଦଳ: ଆଣ୍ଡ୍ରିଉ ବାଲବର୍ଣ୍ଣି (ଅଧିନାୟକ), ହାରି ଟେକ୍ଟର, ଲୋର୍କାନ୍ ଟକ୍କର, ରସ୍ ଆଡାୟର୍, ମାର୍କ ଆଡାୟର୍, କର୍ଟିସ କାମ୍ପର୍, ଗାରେଥ୍ ଡେଲାନି, ଜର୍ଜ ଡକ୍ରେଲ୍, ଫିଓନ୍ ହାଣ୍ଡ, ଜୋସ୍ ଲିଟଲ୍, ବ୍ୟାରି ମ୍ୟାକର୍ଥି, ବେନ୍ ହ୍ବାଇଟ୍, କ୍ରେଗ୍ ୟଙ୍ଗ, ଥିଓ ଭାନ୍ ୱରକମ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.