ଆଇପିଏଲରେ ଦ୍ରୁତତମ ବୋଲିଂ କରିଥିବାରୁ ଉମରାନ ମଲିକଙ୍କୁ ମିଳିଲା ଉପହାର, ଭାରତୀୟ ଦଳରେ ହେଲେ ସାମିଲ

ଜମ୍ମୁ କାଶ୍ମୀରଙ୍କ ଦ୍ରୁତବୋଲର ଉମରାନ ମଲିକଙ୍କୁ ଟି-୨୦ ବିଶ୍ବକପ୍ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିଛି। ସନ ରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ଫାଷ୍ଟ ବୋଲର ଉମରାନ୍‌ ମଲିକଙ୍କୁ UAE ଟିକଟ । ଆଇପିଏଲରେ ଦ୍ରୁତତମ ବୋଲିଂ କରିଥିବାରୁ ମିଳିଲା ଉପହାର । ତାଙ୍କୁ ନେଟ୍ ବୋଲର ଭାବେ ଦଳରେ ଚୟନ କରାଯାଇଛି। ବିସିସିଆଇ ପକ୍ଷରୁ ଏ ନେଇ ଶନିବାର ସୂଚନା ଦିଆଯାଇଛି।

ଆଇପିଏଲରେ ଉମରାନଙ୍କ ବୋଲିଂ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି, ବ୍ୟାଟସମ୍ୟାନଙ୍କୁ ନେଟ୍‌ରେ ତାଙ୍କୁ ସାମ୍ନା କରିବା ଏକ ଭଲ ବିଚାର ରହିବ। ବିରାଟ କୋହଲି ଏବଂ ରୋହିତ ଶର୍ମା ପରି ଦମଦାର ବ୍ୟାଟସମ୍ୟାନଙ୍କ ସାମ୍ନାରେ ବୋଲିଂ କଲେ ଉମରାନଙ୍କୁ ମଧ୍ୟ ବହୁତ ଅନୁଭବ ହାସଲ ହେବ ବୋଲି ବିସିସିଆଇ ଅଧିକାରୀ କହିଛନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ଉମରାନଙ୍କ ବେଶ ପ୍ରଶଂସା କରିଛନ୍ତି।

ହାଇଦ୍ରାବାଦର ଏହି ଦ୍ରୁତ ବୋଲର ଗତ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ସବୁଠୁ ଦ୍ରୁତ ବଲ୍ ଫିଙ୍ଗିବାର ରେକର୍ଡ କରିଥିଲେ। ସେ ଘଣ୍ଟା ପ୍ରତି ୧୫୨.୯୫ କିଲୋମିଟର ବେଗରେ ବୋଲିଂ କରିଥିଲେ। ଆରସିବି ଇନିଂସର ନବମ ଓଭରରେ ଉମରାନ ମଲିକ ଘଣ୍ଟା ପ୍ରତି ୧୪୭, ୧୫୦, ୧୫୧.୯, ୧୫୨.୯୫ କିଲୋମିଟର ବେଗରେ ବୋଲିଂ କରିଥିଲେ। ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ତାଙ୍କ ବୋଲିଂକୁ ପ୍ରଶଂସା କରିଥିଲେ। ମ୍ୟାଚ୍ ପରେ କୋହଲି ତାଙ୍କୁ ନିଜର ଅଟୋଗ୍ରାଫ ମଧ୍ୟ ଦେଇଥିଲେ। ଏହି ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ଆରସିବିକୁ ରୋମାଞ୍ଚକର ମୁକାବିଲାରେ ୪ ରନରେ ପରାସ୍ତ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.