ଆଜି ୨ ଘଣ୍ଟା ବନ୍ଦ ରହିବ SBI ବ୍ୟାଙ୍କିଙ୍ଗ୍ ସର୍ଭିସ, ମିଳିବନି ୟୁପିଆଇ, ୟୁନୋ, ୟୁନୋ ଲାଇଟ୍ ସେବା

SBI ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା । ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସବିଆଇ ସର୍ଭିସ ଡାଉନର କିଛି ସେବା ରବିବାର ଅର୍ଥାତ୍ ଆଜି ୨ ଘଣ୍ଟା ପାଇଁ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଏସବିଆଇ ଗ୍ରାହକମାନେ କୌଣସି କାରବାର କରିପାରିବେ ନାହିଁ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଟ୍ୱିଟରରେ ଏହାକୁ ସୂଚନା ଜାରି କରିଛି ।

ଏସବିଆଇ ଅନୁଯାୟୀ, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ବନ୍ଦ ହେତୁ YONO ଆପ୍ ର ଲାଇଟ୍ ଏବଂ ବିଜନେସ୍ ଆପ୍ ର ସର୍ଭିସ ମଧ୍ୟ ପ୍ରଭାବିତ ହେବ । ଏସବିଆଇ ନିଜ ଟ୍ୱିଟରେ କହିଛି ଯେ ମେଣ୍ଟେନାନ୍ସ କାର୍ଯ୍ୟ ହେତୁ ଶନିବାର ଦିନ ରାତି ୧୨.୨୦ରୁ ଦୁଇ ଘଣ୍ଟା ପାଇଁ ବନ୍ଦ ରହିଥିବା ବେଳେ ଆଜି ରାତି ୧୧ .୨୦ ରୁ ୧.୨୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଏହି କାର୍ଯ୍ୟ ଜାରି ରହିବ। ଏହି ଦୁଇ ଘଣ୍ଟା ମଧ୍ୟରେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, YONO, YONO Lite, UPI ସମ୍ବନ୍ଧୀୟ କାର୍ଯ୍ୟ ବ୍ୟାହତ ହେବ। ଗ୍ରାହକଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ଏହି କାର୍ଯ୍ୟ କରାଯାଉଛି ବୋଲି ଷ୍ଟେଟ ବ୍ୟାଙ୍କ କହିଛି।

ଏହି ଇଣ୍ଟରନେଟ୍ ସେବା ରବିବାର ଅର୍ଥାତ୍ ଆଜି ସ୍ଥଗିତ ରହିବ । ଯେଉଁ ଗ୍ରାହକ ମାନେ YONO ଉପରେ ଅନଲାଇନ୍ ପେମେଣ୍ଟ କିମ୍ବା ବ୍ୟାଙ୍କ ସମ୍ବନ୍ଧୀୟ କିଛି କାର୍ଯ୍ୟ ରହିଛି ତେବେ ଏହାକୁ ଖୁବ ଶୀଘ୍ର ସାରି ଦିଅନ୍ତୁ । ଏସବିଆଇ ଅନୁଯାୟୀ, ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସହ ଜଡିତ କାର୍ଯ୍ୟ ରବିବାର ରାତି ୧୧ .୨୦ ରୁ ୧.୨୦ ପର୍ଯ୍ୟନ୍ତ ସ୍ଥିର ହୋଇଯିବ। ଏସବିଆଇ ଗୁରୁବାର ଏକ ଟ୍ୱିଟରେ ଏହି ସୂଚନା ଦେଇ ଗ୍ରାହକଙ୍କୁ ସଚେତନ କରିଛି ।

ଏହାପୂର୍ବରୁ ସେପ୍ଟେମ୍ବର ୪ ରେ ମେଣ୍ଟେନାନ୍ସ କାର୍ଯ୍ୟ ହେତୁ SBI ର YONO ସେବା ପ୍ରାୟ ୩ ପାଇଁ ଘଣ୍ଟା ବନ୍ଦ ରହିଥିଲା । ଏହା ବ୍ୟତୀତ ୧୫ ସେପ୍ଟେମ୍ବରରେ ସେବା ମଧ୍ୟ ବନ୍ଦ ରହିଥିଲା। ଜୁଲାଇ ଏବଂ ଅଗଷ୍ଟ ମାସରେ ମଧ୍ୟ ଏସବିଆଇ ମେଣ୍ଟେନାନ୍ସ କାରଣରୁ ବ୍ୟାଙ୍କିଙ୍ଗ ସେବା ବନ୍ଦ କରିଦେଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.