ବିବାଦରେ ଫସିଲେ ବିରାଟ, ଜାତୀୟ ସଂଗୀତ ଗାନ ସମୟରେ ଚୋବାଉଥିଲେ ଚୁଇଙ୍ଗମ: ଭିଡିଓ ଭାଇରଲ

ପୁଣି ଥରେ ବିବାଦ ଘେରରେ ଫସିଗଲେ ବିରାଟ କୋହଲି। ଗତକାଲି ଅର୍ଥାତ୍‌ ରବିବାର ଦିନ ଦକ୍ଷିଣ ଆଫ୍ରିକା ବିରୋଧରେ ତୃତୀୟ ଓ ଶେଷ ଦିନିକିଆରେ ତାଙ୍କର ଏକ ଭୁଲ କାମ୍‌ ପାଇଁ ତାଙ୍କ ଫ୍ୟାନ୍ସମାନେ ରାଗି ଯାଇଛନ୍ତି । ତାଙ୍କର ଗୋଟିଏ ଭୁଲ୍‌ ପାଇଁ ଲୋକମାନେ ବିସିସିଆଇଙ୍କୁ ବିରାଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରିଛନ୍ତି ।

ଖବର ମୁତାବକ, କେପଟାଉନ୍ ରେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଜାତୀୟ ସଙ୍ଗୀତ ଗାନ କରାଯାଉଥିଲା । ଏହି ସମୟରେ ସମସ୍ତ ଖେଳାଳି ଠିଆ ହୋଇ ଜାତୀୟ ସଙ୍ଗୀତ ଗାନ କରୁଥିବା ବିରାଟଙ୍କର ଏହି ମୂହୁର୍ତ୍ତ କ୍ୟାମେରାରେ କଏଦ୍ ହୋଇଥିଲା । ଠିକ୍‌ ଏହି ସମୟରେ ବିରାଟ କୋହଲି ସଙ୍ଗୀତ ଗାନ କରିବା ପରିବର୍ତ୍ତେ ଚୁଇଙ୍ଗମ୍ ଚୋବାଉଥିବା ନଜର ଆସିଥିଲେ । ବ୍ରଡକାଷ୍ଟ କ୍ୟାମେରାରେ ଅଲଗା ଅଲଗା କୋଣରୁ ଭିଡିଓକୁ କ୍ୟାପଚର କରାଯାଇଥିଲା । ଏଥିରେ ବିରାଟ ଚୁଇଙ୍ଗମ୍ ଚୋବାଉଥିବା ଦେଖିବାକୁ ମିଳିଥିଲେ ।

ତେବେ ବିରାଟଙ୍କ ଏହି ଅଭଦ୍ରାମୀ ଫ୍ୟାନ୍ସଙ୍କ ରାଗକୁ ଆହୁରି ବଢ଼ାଇ ଦେଇଛି । ସୋସିଆଲ ମିଡିଆରେ ବିରାଟଙ୍କର ଏହି କାର୍ଯ୍ୟକୁ ପସନ୍ଦ କରୁନଥିବା ବେଳେ ତାଙ୍କୁ ଜୋରଦାର୍ ଟ୍ରୋଲ୍ କରାଯାଉଛି । ବର୍ତ୍ତମାନ ବିରାଟଙ୍କର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରଲ୍ ହେବାରେ ଲାଗିଛି ।

ଗତକାଲି ମ୍ୟାଚ ଚାଲିଥିବା ବେଳେ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କ ପ୍ରଥମ ଝଲକ ସମସ୍ତଙ୍କୁ ଦେଖିବାକୁ ମିଳିଥିଲା। ଷ୍ଟାଣ୍ଡରେ ଅନୁଷ୍କା ଝିଅଙ୍କୁ କୋଳରେ ଧରି ଠିଆ ହୋଇଥିବା ନଜର ଆସିଥିଲେ। ଏହି ସମୟରେ କ୍ୟାମେରା ପଡିବା ମାତ୍ରେ ଟିଭି ସ୍କ୍ରିନରେ ବିରାଟଙ୍କ ଝିଅର ପ୍ରଥମ ଝଲକ ଦେଖିବାକୁ ମିଳିଲା।

ପୂର୍ବରୁ କୋହଲି ଏବଂ ଅନୁଷ୍କା ନିଜ ଝିଅକୁ ସୋସିଆଲ ମିଡିଆ ଠାରୁ ଦୂରରେ ରଖିବାକୁ ଚାହୁଁଥିଲେ। ଆଜି ପର୍ଯ୍ୟନ୍ତ ବିରାଟ ଏବଂ ଅନୁଷ୍କା ଯେଉଁ ସ୍ଥାନକୁ ଯାଆନ୍ତୁ ନା କାହିଁକି କେବେ ବି ଭାମିକାଙ୍କୁ କ୍ୟାମେରା ସାମ୍ନାକୁ ଆଣିନଥିଲେ। ସବୁବେଳେ ଫ୍ୟାନ୍ସ ତାଙ୍କ ଫଟୋ ଦେଖିବାକୁ ପ୍ରତୀକ୍ଷା କରି ରହିଥାନ୍ତି।