ବିରାଟ କୋହଲି IPL ପୂର୍ବରୁ କଲେ ନୂଆ ହେୟାର କଟ୍‌, ଆଇବ୍ରୋ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ

ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲି ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ ଆଲିମ୍‌ ହାକିମ୍‌ଠାରୁ ନୂଆ ହେୟାର କଟ୍‌ କରାଇଛନ୍ତି । କିଙ୍ଗ୍‌ କୋହଲିଙ୍କ ନୂଆ ହେୟାର କଟ୍‌ ଫ୍ୟାନ୍‌ମାନଙ୍କୁ ଖୁବ୍‌ ପସନ୍ଦ ଆସୁଛି ।

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୪ ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଛି । ପ୍ରଥମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍‌ରେ ବିରାଟ କୋହଲି ଓ ଏମ୍‌ଏସ୍‌ ଧୋନି ଏକ ଲମ୍ବା ସମୟ ବ୍ୟବଧାନ ପରେ ପରସ୍ପର ବିପକ୍ଷରେ ଖେଳୁଥିବାର ନଜର ଆସିବେ । ଏହାକୁ ଫ୍ୟାନ୍‌ମାନେ ବେଶ୍‌ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ସେପଟେ ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲି ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ ଆଲିମ୍‌ ହାକିମ୍‌ଠାରୁ ନୂଆ ହେୟାର କଟ୍‌ କରାଇଛନ୍ତି । କିଙ୍ଗ୍‌ କୋହଲିଙ୍କ ନୂଆ ହେୟାର କଟ୍‌ ଫ୍ୟାନ୍‌ମାନଙ୍କୁ ଖୁବ୍‌ ପସନ୍ଦ ଆସୁଛି । କେତେଜଣ ଫ୍ୟାନ୍‌ ଏହି ଲୁକ୍‌କୁ କିଲର୍‌ ଲୁକ୍‌ ବୋଲି କହୁଛନ୍ତି ।

କିଛି ଫ୍ୟାନ୍‌ ବିରାଟଙ୍କ ଆଇବ୍ରୋ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ତାଙ୍କ ଆଇବ୍ରୋରେ କଟ୍‌ ଥିବା ଦେଖିବାକୁ ମିଳୁଛି । ଜଣେ ୟୁଜର ମଜାଳିଆ ଢଙ୍ଗରେ ଲେଖିଛନ୍ତି, ‘ବିରାଟ ଭାଇ ବି ଆଇବ୍ରୋ କଟେଇ ଦେଲେ’ ।

କହି ରଖୁଛୁ, ବିରାଟ କୋହଲି ଫେବୃୟାରୀ ୧୫ରେ ଦ୍ୱିତୀୟ ଥର ବାପା ହୋଇଛନ୍ତି, ଯେଉଁ କାରଣରୁ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡ଼ିଥିଲେ । ବିରାଟ ୨୦୦୮ରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍‌ ସହିତ ରହି ଆସିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଟିମ୍‌ ଆଇପିଏଲ୍‌ର ଟାଇଟଲ ମ୍ୟାଚ୍‌ ଜିତିପାରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.