ବିରାଟ କୋହଲିଙ୍କ ଶତକରେ ଅନୁଷ୍କା ଦେଲେ ଏମିତି ରିଆକ୍ସନ, ଭାଇରଲ ହେଉଛି ଫଟୋ

ଶତକ ମାରିବା ପରେ ଅନୁଷ୍କାଙ୍କୁ ଭିଡିଓ କଲ୍‌ କଲେ ବିରାଟ କୋହଲି । ବିରାଟଙ୍କ ଶତକ ମାରିବା ପରେ ଅନୁଷ୍କା ଇନଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କରିଛନ୍ତି ।

ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ଵିକେଟରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ବିରାଟ ଏବଂ ଫାଫ ଡୁପ୍ଲେସିସଙ୍କ ବ୍ୟାଟିଂ ଆଗରେ ହାର ମାନିଛନ୍ତି ହାଇଦ୍ରାବାଦର ବୋଲର । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ୍‌ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ପ୍ଲେ ଅଫ ରେସରେ ଆଗୁଆ ରହିଛି । ୧୮୭ ରନ ଲକ୍ଷ୍ୟକୁ ପିଛା କରି ମଇଦାନକୁ ଓହ୍ଲାଇଥିବା ଆରସିବି ବିରାଟଙ୍କ ଦମଦାର ବ୍ୟାଟିଂ ଯୋଗୁଁ ୧୯.୨ ଓଭରରେ ମାତ୍ର ୨ ଓ୍ଵିକେଟ ହରାଇ ବିଜୟ ପାଇଥିଲା । ବିରାଟଙ୍କ ଶତକ ଯୋଗୁଁ ଆରସିବି ମ୍ୟାଚକୁ ସହଜରେ ଜିତି ନେଇଥିଲା ।

ବିରାଟ କୋହଲି ଶତକ ମାରିବା ପରେ ଅନୁଷ୍କାଙ୍କୁ ଭିଡିଓ କଲ୍‌ କରିଥିଲେ । ବିରାଟଙ୍କ ଇନିଂସ ପରେ ପତ୍ନୀ ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରଶଂସା କରିଛନ୍ତି । ଅନୁଷ୍କା ବିରାଟଙ୍କ ଶତକ ପରେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ କରି ଲେଖିଛନ୍ତି ।

କୋହଲି ଶତକ ମାରିବା ସହିତ ଆଇପିଏଲ୍‌ରେ ସର୍ବାଧିକ ଶତକୀୟ ଇନିଂସ ଖେଳିଥିବା କ୍ରିସ ଗେଲଙ୍କ ସମକକ୍ଷ ହୋଇଛନ୍ତି । ବିରାଟ କୋହଲି ଏହା ପୂର୍ବରୁ ୨୦୧୯ରେ ଖେଳିଥିବା ସିଜିନରେ ଶତକ ମାରିଥିଲେ । ତା’ ପରଠାରୁ କୋହଲିଙ୍କ ପ୍ରଦର୍ଶନ ଭଲ ଆଉ ଖରାପ ହୋଇ ଚାଲିଥିଲା ।

ବିରାଟ ଷ୍ଟ୍ରାଇକ ରେଟ ଯୋଗୁଁ ସମାଲୋଚନାର ଶିକାର ହୋଇଥିଲେ । କିନ୍ତୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ସବୁକିଛି ଜବାବ ଦେଇଛନ୍ତି । ସେ ସିଜନର ସର୍ବାଧିକ ରନ୍‌ କରିଥିବା ଖେଳାଳିଙ୍କ ୪ର୍ଥ ସ୍ଥାନରେ ରହିଛନ୍ତି । କୋହଲି ୧୩ଟି ମ୍ୟାଚରେ ୪୪.୮୩ ପ୍ରତିଶତର ୫୩୮ ରନ୍‌ କରିଛନ୍ତି । ଏହି ତାଲିକର ପ୍ରଥମ ସ୍ଥାନ ଫାଫ ଡୁପ୍ଲେସିସି ରହିଛନ୍ତି । ସେ ୧୩ଟି ମ୍ୟାଚରେ ୫୮.୫୦ପ୍ରତିଶତରେ ୭୦୨ ରନ୍‌ କରିଛନ୍ତି ।

ଟାର୍ଗେଟକୁ ପିଛା କରି କୋହଲି ଏବଂ ଡୁ ପ୍ଲେସିସଙ୍କ ଓପନିଂ ଯୋଡି ଆରସିବି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ ୧୭୨ ରନ୍ ଯୋଡିଥିଲେ। ବିରାଟ ୧୨ ଟି ଚଉକା ଓ ୪ ଛକା ମାରି ୬୩ ବଲରେ ୧୦୦ ରନ୍ କରିଥିବାବେଳେ ଡୁପ୍ଲେସି ୭୧ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ।

ହାଇଦ୍ରାବାଦ ହେନ୍ରିଚ୍ କ୍ଲାସେନଙ୍କ ଚମତ୍କାର ଶତକ ବଳରେ ଆରସିବି ଆଗରେ ସନରାଇଜର୍ସ ହାଇଦ୍ରାବାଦ ୧୮୬ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.