ସର୍ବଭାରତୀୟ ପୋଲିସ୍‌ କ୍ରୀଡ଼ାରେ ଭାରୋତ୍ତଳକ କେ. ରବି କୁମାରଙ୍କୁ ୩ଟି ସ୍ୱର୍ଣ୍ଣପଦକ

ବ୍ରହ୍ମପୁର (କେନ୍ୟୁଜ୍) : ଭାରୋତ୍ତଳକ କେ. ରବି କୁମାରଙ୍କୁ ୩ଟି ସ୍ୱର୍ଣ୍ଣପଦକ। ୬୭ତମ ସର୍ବଭାରତୀୟ ପୋଲିସ୍‌ କ୍ରୀଡ଼ାରେ ରବି କୁମାରଙ୍କୁ ଏହି ସଫଳତା ମିଳିଛି। ଫେବୃୟାରୀ ୨୭ରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ଜୟପୁରଠାରେ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।

ପୂର୍ବରୁ ଫେବ୍ରୁଆରୀ ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାରେ ଅନୁଷ୍ଠିତ ହୋଇଥିଲା ୭୧ତମ ସର୍ବଭାରତୀୟ ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତା । ୮୯ କିଲୋଗ୍ରାମ ବର୍ଗରେ ସେ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଦୀର୍ଘ ଦିନ ଧରି କାନ୍ଧରେ ଯନ୍ତ୍ରଣା ପାଇବା ପରେ ସେ ପ୍ରତିଯୋଗିତାକୁ ଫେରି ପ୍ରଥମ ସଫଳତା ପାଇଥିଲେ। ରବି କୁମାର ବ୍ରହ୍ମପୁରରେ ପହଞ୍ଚିବା ପରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।