କ୍ରିକେଟ ଜଗତକୁ ଅଲବିଦା କହିଲେ ଅଲରାଉଣ୍ଡର ପାର୍ଥିବ ପଟେଲ, ୧୭ ବର୍ଷ ବୟସରେ କରିଥିଲେ ଡେବ୍ଯୁ

ଭାରତୀୟ କ୍ରିକେଟ ଟିମ୍ ର ୱିକେଟକିପର ବ୍ଯାଟନ୍ସମ୍ଯାନ ପାର୍ଥିବ ପଟେଲ କ୍ରିକେଟ ଜଗତରୁ ସନ୍ନ୍ଯାସ ନେଇଛନ୍ତି। ମାତ୍ର ୧୭ ବର୍ଷ ବୟସରେ କ୍ରିକେଟ ଜଗତରେ ଡେବ୍ଯୁ କରିଥଲେ। ଆଇପିଏଲରେ ପାର୍ଥିବ ରୟାଲ ଚ୍ଯାଲେଞ୍ଜର୍ସ ବାଙ୍ଗାଲୋର ଟିମ୍ ତରଫରୁ ଖେଳୁଥିଲେ।


ପାର୍ଥିବ ତାଙ୍କ କ୍ଯାରିଅରରେ ଟିମ୍ ପାଇଁ ଅଧିକ ଦିନ ପର୍ଯ୍ଯନ୍ତ ଖେଳିବାର ସୁଯୋଗ ପାଇନଥିଲେ। ମାତ୍ର ୧୭ ବର୍ଷ ବୟସରେ କ୍ରିକେଟ ଦୁନିଆରେ ଏଣ୍ଟ୍ରି କରି ୨୫ଟି ମ୍ଯାଚ ଖେଳି ୯୩୪ ରନ୍ କରିଛନ୍ତି ପାର୍ଥିବ। ଏଥିମଧ୍ୟରୁ ୬ଟି ଅର୍ଦ୍ଧଶତକ କରିଛନ୍ତି ପାର୍ଥିବ। ଏହାଛଡା ଭାରତୀୟ କ୍ରିକେଟ ଟିମ୍ ରେ ସବୁଠାରୁ କନିଷ୍ଠ ୱିକେଟ କିପରର ରେକର୍ଡ ମଧ୍ୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.