ଚହଲଙ୍କ ମିଛ ଉପରୁ ପରଦା ଉଠେଇଲେ ସ୍ତ୍ରୀ ଧନଶ୍ରୀ

ମୁମ୍ବାଇ : ଘରେ କରୋନା ପରିସ୍ଥିତି ବଦଳିବା ପରେ ଭାରତୀୟ କ୍ରିକେଟ ଦଳର ସ୍ପିନର ଯୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ପୁଣି ସୋସିଆଲ ମିଡିଆରେ ଆକଟିଭ୍‌ ହୋଇଛନ୍ତି । ଚହଲଙ୍କ ଘରେ ତାଙ୍କ ବାପା ମା କୋଭିଡ୍‌ ପଜିଟିଭ୍‌ ଥିଲେ । ଏବେ ସେମାନେ ସୁସ୍ଥ ହୋଇଗଲେଣି । ଏହି ସମୟରେ ଧନଶ୍ରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଗୋଟିଏ ଭିଡିଓ ସେୟାର କରିଛନ୍ତି ।

ଏହି ଭିଡିଓରେ ଧନଶ୍ରୀ ଚହଲଙ୍କୁ ପରିହାସ କରୁଛନ୍ତି । ଆମେରିକାର ପ୍ରସିଦ୍ଧ କମେଡ଼ି ଟେଲିଭିଜନ ସୋ friends the reunion ର ଟ୍ରେଲର ସେୟାର କରି ଏ ବିଷୟରେ ଚହଲଙ୍କର କୌଣସି ଜ୍ଞାନ ନାହିଁ ବୋଲି ଲେଖିଥିଲେ । ଚହଲ ଏହି ସୋ ଆଦୌ ଦେଖି ନଥିଲେ ମଧ୍ୟ ସବୁ ଏପିସୋଡ୍‌ ଦେଖିଥିଲେ ବୋଲି କହିଥିଲେ । ଧନଶ୍ରୀ ଏ ନେଇ ଚହଲଙ୍କୁ କିଛି ପ୍ରଶ୍ନ କରିଥିଲେ ଯାହାର ସେ ଉତ୍ତର ସେ ଦେଇ ପାରିନଥିଲେ । ଏହି ମଜାଦାର ଭିଡିଓଟି ସୋସିଆଲ ମିଡିଆରେ ଏବେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି ।

 

View this post on Instagram

 

A post shared by Yuzvendra Chahal (@yuzichahal.club)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.