ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ : ଟେଷ୍ଟ କ୍ୟାରିଅରରେ ପ୍ରଥମ ଦ୍ୱିଶତକ ମାରିଲେ ଜୟସ୍ୱାଲ, ଭାରତ ୩୯୬ରେ ଅଲଆଉଟ୍‌

ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚର ଦ୍ୱିଶତକ ମାରିଛନ୍ତି ଭାରତୀୟ ଓପନର ଯଶସ୍ୱୀ ଜୟସ୍ୱାଲ । ସେ ୨୭୭ ବଲରେ ୨୦୦ ରନ୍‌ କରିଛନ୍ତି । ଏଥିରେ ୧୮ଟି ଚଉକା ଏବଂ ୭ଟି ଛକା ରହିଛି ।

ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚର ଦ୍ୱିଶତକ ମାରିଛନ୍ତି ଭାରତୀୟ ଓପନର ଯଶସ୍ୱୀ ଜୟସ୍ୱାଲ । ଏହି ମ୍ୟାଚରେ ପ୍ରଥମ ଦିନରେ ୬ ଓ୍ଵିକେଟ ହରାଇ ଭାରତ ୩୩୬ ରନ୍‌ କରିଥିଲା । ପ୍ରଥମ ଦିନରେ ଜୟସ୍ୱାଲ ୧୭୬ ରନ୍‌ କରିଥିଲେ । ଆଉ ୧୭୬ ରନ୍‌ରୁ ଦ୍ୱିତୀୟ ଦିନ ଖେଳ ଆରମ୍ଭ କରି ଦ୍ୱିଶତକ ମାରିଛନ୍ତି ଜୟସ୍ୱାଲ । ସେ ୨୭୭ ବଲରେ ୨୦୦ ରନ୍‌ କରିଛନ୍ତି । ଏଥିରେ ୧୮ଟି ଚଉକା ଏବଂ ୭ଟି ଛକା ରହିଛି । ଯଶସ୍ୱୀ ୨୦୯ ରନ୍‌ କରି ଆଉଟ ହୋଇଛନ୍ତି । ଏହା ସହିତ ଭାରତ ୩୯୬ ରନ୍‌ କରି ଅଲଆଉଟ ହୋଇଛି ।

ଦ୍ୱିତୀୟ ଦିନରେ କ୍ରିଜରେ ଅଛନ୍ତି ଯଶସ୍ବୀ ଜୟସ୍ବାଲ ଓ ଆର ଅଶ୍ୱିନ । ଗତକାଲି ପ୍ରଥମ ଦିନରେ ଅଧିକାଂଶ ଭାରତୀୟ ବ୍ୟାଟର ଭଲ ଖେଳିଥିଲେ ବି ଲମ୍ବା ପାଳି ଖେଳି ଅର୍ଦ୍ଧଶତକ ହାସଲ କରି ପାରିନଥିଲେ । କେବଳ ଜୟସ୍ବାଲ ଦିନ ତମାମ ଏକା ଲଢିଥିଲେ । କ୍ୟାପଟେନ୍ ରୋହିତ ଶର୍ମା ମାତ୍ର ୧୪ ରନ୍ କରି ଆଉଟ ହୋଇ ଯାଇଥିଲେ । ପରେ ଶୁବମନ ଗିଲ୍ ଓ ଜୟସ୍ବାଲ ପାଳିକୁ ଆଗକୁ ନେଇଥିଲେ । ୩୪ ରନ୍ କରି ଆଉଟ ହୋଇଥିଲେ ଗିଲ୍। ଶ୍ରେୟସ ଆୟର ୨୭, ନିଜର ପ୍ରଥମ ଟେଷ୍ଟ ଖେଳୁଥିବା ରଜତ ପଟିଦାର ୩୨, ଅକ୍ଷର ପଟେଲ ୨୭ ରନ୍ କରି ଆଉଟ୍ ହୋଇଥିଲେ ।

ଭାରତ ପାଇଁ ସୁନୀଲ ଗାଭାସ୍କର କେବଳ ୨୧ ବର୍ଷ ୨୨୭ ଦିନରେ ଟେଷ୍ଟ କ୍ରିକେଟରେ ଦ୍ୱିତୀୟ ଶତକ ମାରିଛନ୍ତି । ଏଥିରେ ବିନୋଦ କାମ୍ବଲୀ ୨୧ ବର୍ଷ ୩୨ ଦିନରେ ଟେଷ୍ଟ କ୍ରିକେଟରେ ଦ୍ୱିଶତକ ମାରିଛନ୍ତି । ଏବେ ଜୟସ୍ୱାଲ ଦ୍ୱିଶତକ ମାରିଛନ୍ତି । ସେ ୨୨ ବର୍ଷ ୩୭ ଦିନରେ କୀର୍ତ୍ତିମାନ ହାସଲ କରିଛନ୍ତି ।

ଏହାସହିତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଭାରତ ପକ୍ଷରୁ ଦ୍ୱିଶତକ କରିଥିବା ଚତୁର୍ଥ ଖେଳାଳି ହେଉଛି ଜୟସ୍ୱାଲ । ଜୟସ୍ୱାଲଙ୍କ ପୂର୍ବରୁ ମୟଙ୍କ ଅଗ୍ରଓ୍ଵାଲ, ବିରାଟ କୋହଲି, ରୋହିତ ଶର୍ମା ଦ୍ୱିଶତକ ମାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.