କ୍ରିକେଟର ୟୁଝବେନ୍ଦ୍ର ଚହଲ ଦେଲେ ଚାଞ୍ଚଲ୍ୟକର ବୟାନ : କହିଲେ ଆଇପିଏଲ୍ ୨୦୧୩ ତାଙ୍କ ସହିତ ଘଟିଥିବା ଲୋମହର୍ଷକ କାହାଣୀ ବିଷୟରେ

ଟିମ୍ ଇଣ୍ଡିଆର ତାରକା ସ୍ପିନର ୟୁଝବେନ୍ଦ୍ର ଚହଲ ଦୀର୍ଘ ଦିନ ଧରି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଖେଳୁଥିଲେ। ସେ ୨୦୧୪ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ରେ ଯୋଗଦେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଅଂଶୀଦାର ଥିଲେ। ଏହି ସିଜିନରେ ଚହଲ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଛନ୍ତି | ଉଭୟ ଅଶ୍ୱିନ୍ ଏବଂ ଚାହଲ ରାଜସ୍ଥାନ ରୟାଲ୍ସ ପାଇଁ ଏକାଠି ଖେଳୁଛନ୍ତି। ରାଜସ୍ଥାନ ରୟାଲ୍ସ ଏକ ଭିଡିଓ ସେୟାର କରିଛି ଯେଉଁଥିରେ ଅଶ୍ୱିନ, କରୁଣ ନାୟାର ଚହଲଙ୍କ ସହ କ୍ରିକେଟ୍ ବିଷୟରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ଏହି ଆଲୋଚନା ସମୟରେ, ଚହଲ ଏକ ଆଶ୍ଚର୍ଯ୍ୟଜନକ କାହାଣୀ ସେୟାର କରିଥିଲେ । ୨୦୧୩ ଆଇପିଏଲ୍ ରେ ତାଙ୍କ ଜୀବନ କିପରି ବଞ୍ଚିଗଲା ସେ କହିଥିଲେ।

କ୍ରିକେଟର ୟୁଝବେନ୍ଦ୍ର ଚହଲ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ମୁଁ ଏ କାହାଣୀ କେବେ କାହାକୁ କହିନଥିଲି। ହେଲେ ଏବେଠାରୁ ସଭିଏଁ ଜାଣିବେ। ୨୦୧୩ ମସିହାର କଥା। ମୁଁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଥିଲି। ମ୍ୟାଚ ବାଙ୍ଗାଲୋରରେ ଖେଳାଯିବା ପରେ ରାତ୍ରୀକାଳୀନ ପାର୍ଟି ହୋଇଥିଲା। ଏହି ସମୟରେ ଜଣେ ଖେଳାଳି ପ୍ରଚୁର ମଦ ପିଇଥିଲେ। ମୋତେ ବହୁ ସମୟ ଚାହିଁବାପରେ ସେ ଡାକିଲେ। ବାହାରକୁ ଡାକିନେଇ ବାଲକୋନିରେ ଝୁଲାଇଦେଇଥିଲେ। ହଠାତ୍ ସେଠାରେ ଉପସ୍ଥିତ ଅନେକ ଲୋକ ଆସିଲେ, ସେମାନେ ଏହି ସମଗ୍ର ପରିସ୍ଥିତିକୁ ନିୟନ୍ତ୍ରଣ କଲେ । ମୁଁ ହତାଶ ହୋଇଯାଇଥିଲି ସେଠାରେ ଥିବା ଲୋକମାନେ ମୋତେ ପାଣି ଦେଲେ । ସେଦିନ ମୁଁ ବୁଝିଲି ଯେ ବାହାରକୁ ଯିବାବେଳେ ଆମେ କେତେ ଯତ୍ନବାନ ହେବା ଉଚିତ୍ । ଆଉ ଯଦି ସେ ଦିନ ସାମାନ୍ୟ ଭୁଲ ହୋଇଥାନ୍ତା ଏବଂ ମୁଁ ତଳେ ପଡ଼ିଯାଇଥା’ନ୍ତି ।