କେନ୍ଦ୍ରାପଡା: ଡଙ୍ଗା ଗୋଟାଇବା ବେଳେ ପାଣିରେ ବୁଡି ୨ ଭଉଣୀଙ୍କ ସଲିଳ ସମାଧି

କେନ୍ଦ୍ରାପଡା (କେନ୍ୟୁଜ): ଦୁଇ ଭଉଣୀଙ୍କ ସଲିଳ ସମାଧି। ଡଙ୍ଗା ଗୋଟାଇବା ବେଳେ ବୁଡିଗଲେ ୨ ଭଉଣୀ। କେନ୍ଦ୍ରାପଡ଼ା ଜିଲ୍ଲା ବାରିମୂଳ ଗାଁରେ ଏହି ଅଘଟଣ ଘଟିଛି। ଆଜି ସକାଳୁ ଦୁଇ ଭଉଣୀ କାର୍ତ୍ତିକ ପୂର୍ଣ୍ଣିମାରେ ଭସା ଯାଇଥିବା ଡଙ୍ଗା ଗୋଟାଇବାକୁ ପୋଖରୀକୁ ଯାଇଥିବାବେଳେ ବୁଡି ଯାଇଥିଲେ।

ମୃତକ ଦୁଇ ଜଣ ବିପିନ ମଲ୍ଲିକଙ୍କ ବଡ ଝିଅ ଶୁଭସ୍ମିତା ଓ ସାନ ଝିଅ ମଧୁସ୍ମିତା ବୋଲି ଜଣାପଡିଛି। ଦୁଇ ଜଣ ବହୁ ସମୟ ଧରି ଘରକୁ ନଫେରିବାରୁ ଖୋଜାଖୋଜି ପରେ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଥିଲା। ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.