ନବୀନ ନିବାସରେ ୨୪ ମହାଲଢ଼େଇ ବ୍ଲୁ ପ୍ରିଣ୍ଟ, ଆସନ୍ତା ପ୍ରଥମ ସପ୍ତାହରେ ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା !

ନବୀନ ନିବାସରେ ପ୍ରସ୍ତୁତ ହେଉଛି ୨୪ ମହାଲଢ଼େଇ ବ୍ଲୁ ପ୍ରିଣ୍ଟ। ୱାର୍ ରୁମରେ ଚାଲିଛି ଟିକେଟ କସରତ।

ଭୁବନେଶ୍ଵର : ନବୀନ ନିବାସରେ ପ୍ରସ୍ତୁତ ହେଉଛି ୨୪ ମହାଲଢ଼େଇ ବ୍ଲୁ ପ୍ରିଣ୍ଟ। ୱାର୍ ରୁମରେ ଚାଲିଛି ଟିକେଟ କସରତ। ଏହା ଭିତରେ ୧୧ ସଂସଦୀୟ କ୍ଷେତ୍ର ସହ ୭୭ ବିଧାନସଭା ଆସନ ଉପରେ ସମୀକ୍ଷା ସରିଛି। ସବୁ ସଂସଦୀୟ ଓ ବିଧାନସଭା କ୍ଷେତ୍ରର ସମୀକ୍ଷା ସରିବା ପରେ ଆସନ୍ତା ମାସ ପ୍ରଥମ ସପ୍ତାହରେ ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇପାରେ ।

ଲୋକସଭାରେ କିଛି ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ପାର୍ଟି ପକ୍ଷରୁ ଗ୍ରୀନ୍ ସିଗନାଲ୍ ମିଳିଛି। ପୁରୀରୁ ଅରୂପ ପଟ୍ଟନାୟକ, ବ୍ରହ୍ମପୁରରୁ ଚନ୍ଦ୍ରଶେଖର ସାହୁଙ୍କୁ ଲୋକସଭା ପ୍ରାର୍ଥୀ କରିବା ନେଇ ସ୍ପଷ୍ଟ ସଙ୍କେତ ମିଳିଛି ବୋଲି କୁହାଯାଉଛି। ସେହିପରି ଭୁବନେଶ୍ଵରରୁ ଶ୍ରୀମୟୀ ମିଶ୍ର, କଟକରୁ ସଂତୃପ୍ତ ମିଶ୍ର ଓ ନବରଙ୍ଗପୁରରୁ ପ୍ରଦୀପ ମାଝୀଙ୍କ ନାଁ ଲୋକସଭା ପ୍ରାର୍ଥୀ ରେସରେ ଆଗରେ ଥିବା କୁହାଯାଉଛି।

ଗତ ୨୦୧୯ ନିର୍ବାଚନରେ ବିଜେଡି ଦୁଇ ସାଂସଦଙ୍କୁ ରିପିଟ୍ କରିଥିଲା। କେବଳ କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଦଳ ପୁଣିଥରେ ପ୍ରାର୍ଥୀ କରିଥିଲା। ଏଥର ପୁରୀ ଲୋକସଭା ଆସନରୁ ପିନାକୀ ମିଶ୍ର ପ୍ରାର୍ଥୀ ହେଉ ନଥିବା ସ୍ପଷ୍ଟ ହୋଇଥିବା ବେଳେ ସାଂସଦ ଭର୍ତ୍ତୃହରି ମହତାବ ଗତକାଲି ବିଜେଡିରୁ ଇସ୍ତଫା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.