ତହସିଲ ଅଫିସରେ ଚଞ୍ଚକତା କରି ଜମି କିସମ ପରିବର୍ତ୍ତନ ଅଭିଯୋଗରେ ୩ ଅଟକ, ୧୧ଜଣଙ୍କ ନାମରେ ମାମଲା

ଢେଙ୍କାନାଳ(ବ୍ୟୁରୋ): ତହସିଲ ଅଫିସରେ ଚଞ୍ଚକତା କରି ଜମି କିସମ ପରିବର୍ତ୍ତନ ଅଭିଯୋଗରେ ୩ ଅଟକ । ୧୧ଜଣଙ୍କ ନାମରେ ମାମଲା । ଢେଙ୍କାନାଳ ସଦର ତହସିଲର ସାନ ଷାଠିଏବାଟିଆରେ ଜଳାଶୟ ଜମିର କିସମ ପରିବର୍ତ୍ତନ କରି ସାରଦ ୨ରେ ପରିବର୍ତ୍ତନ କରାଯାଇଥିଲା। ଏଥିରେ ସଦର ତହସିଲଦାରଙ୍କ କାର୍ଯ୍ୟାଳୟର ୧୦ ଜଣ କର୍ମଚାରୀ ସଂପୃକ୍ତ ଥିବା ସହିତ ଜାଗା ମାଲିକ ନାମରେ ଅଭିଯୋଗ କରାଯାଇଛି । ସେମାନଙ୍କ ମଧ୍ୟରେ ୫ଜଣ ଅମିନ, ୨ଜଣ ଡାଟାଏଣ୍ଟ୍ରି ଅପରେଟର, ୨ ଜଣ ରେକର୍ଡ କିପର ଏବଂ ତତ୍କାଳୀନ ତହସିଲଦାର ରହିଛନ୍ତି । ସହର ଉପକଣ୍ଠ ସାନ ଷାଠିଏ ବାଟିଆ ମୌଜାର ଖାତା ନମ୍ବର ୩୮୭/୧୯୯୬ର ପ୍ଲଟ ନମ୍ବର ୫୨୨ର ୩୧୦ ଡିସିମିଲି ଜଳାଶୟ ଜମିକୁ ଚଞ୍ଚକତା କରି ତହସିଲ

କାର୍ଯ୍ୟାଳୟରେ ଶାରଦ ୨ରେ କିସମକୁ ପରିବର୍ତ୍ତନ କରାଯାଇଥିଲା। ଏନେଇ ନୂତନ ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବାପରେ ଦୁର୍ନୀତି ସାମ୍ନାକୁ ଆସିଛି । ଏଥିରେ ସଂପୃକ୍ତ ନେଇ ତତ୍କାଳୀନ ତହସିଲଦାର ଲକ୍ଷ୍ମଣ ଦଳେଇ, ଜାଗା ମାଲିକ ବେବିନା ବେହେରା ଏବଂ ତାଙ୍କ ସ୍ୱାମୀ ରହେନ୍ଦ୍ର ବେହେରାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ତହସିଲ କାର୍ଯ୍ୟାଳୟର ସଂପୃକ୍ତ ଥିବା କର୍ମଚାରୀଙ୍କୁ ମଧ୍ୟ ପଚରା ଉଚରା କରାଯାଇଛି। ଏଥିରେ ଥିବା ସଂପୃକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସରୋଜ କୁମାର ସେଠୀ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.