ବାଣ ଭିଡିବାବେଳେ ଅଘଟଣ, ଚାରି ବର୍ଷର ଶିଶୁ ସମେତ ୩ ଗୁରୁତର ଆହତ

ଆଠଗଡ଼( କେ ନ୍ୟୁଜ): ଆଠଗଡ଼ ତିଗିରିଆ ଅଞ୍ଚଳରେ ବାଣଭିଡିବା ବେଳେ ଅଘଟଣ ଘଟିଯାଇଛି । ବାଣଫୁଟି ତିଗିରିଆ ଥାନା ଅନ୍ତର୍ଗତ ବାଣେଶ୍ବରପଡା ଗାଁର ୩ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ତିନି ଜଣଙ୍କ ମଧ୍ୟରେ ଜଣେ ଚାରି ବର୍ଷର ଛୋଟ ଶିଶୁ ଥିବା ସୂଚନା ମିଳିଛି । ପ୍ରଥମେ ସେମାନଙ୍କୁ ତିଗିରିଆ ମେଡିକାଲ ଓ ପରେ ଅତି ଗୁରୁତର ଅବସ୍ଥାରେ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନାରୁ ଜଣାଯାଇଛିଯେ ତିଗିରିଆ ବାଣେଶ୍ୱରପଡା ଗାଁର ଧିର ସ୍ବାଇଁ ନାମକ ଜଣେ ବ୍ୟକ୍ତି ତାଙ୍କ ଘରେ ବାଣ ତିଆରି କରୁଥିବା ବେଳେ ହଠାତ୍ ବିସ୍ପୋରଣ ହୋଇଥିଲା । ଘଟଣାରେ ତାଙ୍କ ଶରୀରର ୭୦ ଭାଗ ପୋଡ଼ିଯାଇଥିବା ବେଳେ ଏକ ଦେଢ ବର୍ଷର ଶିଶୁପୁତ୍ର ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଧିରଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.