ଓଡ଼ିଶା ହାଇକୋର୍ଟକୁ ଆସିବେ ୩ ନୂଆ ବିଚାରପତି, ଆଇନ ବିଭାଗ ଜାରି କରିଛି ବିଜ୍ଞପ୍ତି

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ହାଇକୋର୍ଟକୁ ଆସିବେ ୩ ନୂଆ ବିଚାରପତି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ଆଇନ ବିଭାଗ ଜାରି କରିଛି ବିଜ୍ଞପ୍ତି। ହାଇକୋର୍ଟ ବାରରୁ ଜଣେ ଓ ଅନ୍ୟ ଦୁଇ ଜୁଡ଼ିସିଆଲ ଅଫିସର ନୂଆ ବିଚାରପତି ହେବେ। ୪ ଜଣଙ୍କ ନାଁକୁ ନେଇ ପ୍ରସ୍ତାବ ଦେଇଥିଲେ ସୁପ୍ରିମକୋର୍ଟଙ୍କ କଲେଜିୟମ। ବିଚାରପତି ଭାବେ ଦାୟିତ୍ୱେ ନେଲେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୭ରେ ପହଞ୍ଚିବ। ହାଇକୋର୍ଟରେ ଏବେ ଅଛନ୍ତି ୧୪ ଜଣ ବିଚାରପତି।

high court2

ନିକଟରେ ୨ ଜଣ ବିଚାରପତି ଅନ୍ୟ ହାଇକୋର୍ଟରୁ ଓଡିଶା ବଦଳି ହୋଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏବେ ଯେଉଁ ତିନି ଜଣ ଓଡ଼ିଶା ହାଇକୋର୍ଟରେ ନୂଆ ବିଚାରପତି ହେବେ ସେମାନେ ହେଲେ ଆଇନଜୀବୀ ମୃଗାଙ୍ଗ ଶେଖର ସାହୁ ଏବଂ ୨ ଜଣ ଜୁଡ଼ିସିଆଲ ଅଫିସର ରାଧାକୃଷ୍ଣ ପଟନାୟକ ଓ ଶଶିକାନ୍ତ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.