ଗୁଜରାଟ ଅହମଦାବାଦରେ ଅଘଟଣ, ସୂତାକଳରେ ଗ୍ୟାସ ସିଲିଣ୍ଡର ଫାଟି ୩ ଓଡିଆ ମୃତ
![DADANA DEAD](https://knewsodisha.com/wp-content/uploads/2020/02/DADANA_DEAD.jpg)
ଯାଜପୁର (କେନ୍ୟୁଜ୍) : ସୂତାକଳରେ ଗ୍ୟାସ ସିଲିଣ୍ଡର ଫାଟି ୩ ଓଡିଆଙ୍କ ମୃତ୍ୟୁ। ଗୁଜରାଟ ଅହମଦାବାଦରେ ଏହି ଅଘଟଣ ଘଟିଛି । ଗତକାଲି କାମ କରୁଥିବା ସମୟରେ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଇଥିଲା। ଏହାପରେ ବିସ୍ଫୋରଣ ହୋଇଥିଲା। ଏଥିରେ ୩ ଓଡ଼ିଆ ଶ୍ରମିକ ପ୍ରାଣ ହରାଇଛନ୍ତି। ସମସ୍ତ ମୃତକ ଯାଜପୁରର । ସେମାନେ ଅହମଦାବାଦ ଲୋଟସ ସୂତାକଳରେ କାମ କରୁଥିଲେ। ମୃତକ ହେଲେ ଯାଜପୁର ସଦର ଥାନା ରେକାବୀ ବଜାର ଅଞ୍ଚଳର ଦୟାନିଧି ଖୁଣ୍ଟିଆ, ଚିନ୍ମୟ ଖୁଣ୍ଟିଆ ଓ କାମେଶ ସିଂ। ୩ ବର୍ଷ ହେଲା ସେମାନେ ସେଠାରେ କାମ କରୁଥିଲେ। ମୃତ୍ୟୁ ଖବରକୁ ନେଇ ଗାଁରେ ଶୋକାକୂଳ ପରିବେଶ । ମୃତଦେହକୁ ଗୁଜରାଟରୁ ଯାଜପୁର ଅଣାଯାଉଛି। କେତେବେଳେ ମୃତଦେହ ପହଁଚିବ ତାକୁ ଅପେକ୍ଷା କରାଯାଇଛି । ମୃତଦେହ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯାଉଥିବା କହିଛି ଜିଲ୍ଲା ପ୍ରଶାସନ।