Below header

ନବରଙ୍ଗପୁର: ଗୋଟିଏ ଗଛରେ ୩ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସମସ୍ତେ ଥିଲେ ସାଙ୍ଗ

ଉମରକୋଟ (କେନ୍ୟୁଜ୍):  ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତୋହରା ପଞ୍ଚାୟତର ଡଙ୍ଗରିଭଟା ଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏକ ଗଛରେ ତିନି ଯୁବତୀ ଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଛି । ତିନି ଯୁବତୀଙ୍କ ପରିଚୟ ବି ପାଇଛନ୍ତି ଗାଁ ଲୋକ । ତିନି ଯୁବତୀ ତିନି ସାଙ୍ଗ ବୋଲି ସୂଚନା ମିଳିଛି ।

ତେବେ ତିନି ଯୁବତୀ ହେଲେ ହେମଲତା ଗୌଡ଼ (୨୧) ଓ  ଅନ୍ୟ ଦୁଇ ଜଣ ନାବାଳିକା। ସମସ୍ତେ ତୋହରା ଗ୍ରାମର ବୋଲି ଜଣା ପଡ଼ିଛି । ତିନି ଜଣ ଯାକ ନିଜ ନିଜ ଓଢ଼ଣୀରେ ଗୋଟିଏ କୁସୁମ ଗଛରେ ଝୁଲିଛନ୍ତି । ଆତ୍ମହତ୍ୟାର  କାରଣ ବତ୍ତର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.