ଆଜି ରାଜ୍ୟରେ ୩୬୬୪ କରୋନା ପଜିଟିଭ୍ ଚିହ୍ନଟ, ଗଲା ୨ ଜୀବନ

ଭୁବନେଶ୍ବର: ରାଜ୍ୟରେ ୩ ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ଆଉ ୩୬୬୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଓ ୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି କ୍ୱାରେଣ୍ଟାଇନ୍ ରେ ଅଛନ୍ତି ୨୧୨୭ ଓ ଲୋକାଲ କଣ୍ଟାକ୍ଟ ୧୫୩୭ ବୋଲି ଜଣାପଡ଼ିଛି। ଖୋର୍ଦ୍ଧାରେ ସର୍ବାଧିକ ୭୦୪ କେସ୍ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଆଜି ସୁସ୍ଥ ହୋଇଛନ୍ତି ୧୩୦୩ ଜଣ। ସେହିପରି ଆଜି କରୋନା ଯୋଗୁ ୨ ଜଣଙ୍କ ଜୀବନ ଯାଇଥିବା ସରକାରୀ ସୂତ୍ରରୁ ଜଣାଯାଇଛି। ଏବେ ଯାଏଁ ରାଜ୍ୟରେ ୯୫,୯୯,୮୭୭ ଟେଷ୍ଟ ହୋଇଥିବା ବେଳେ ମୋଟ ସଂକ୍ରମିତ ହୋଇଛନ୍ତି ୩,୬୮,୨୫୮ ଜଣ ଓ ସୁସ୍ଥ ହୋଇଛନ୍ତି ୩,୪୪,୮୨୫ ଜଣ।

ସେହିପରି ସୁନ୍ଦରଗଡ଼ରୁ ୩୪୦, କଳାହାଣ୍ଡିରୁ ୩୨୪ ଓ ନୂଆପଡାରୁ ଆଉ ୨୨୧ ଜଣ ସଂକ୍ରମିତ ହୋଇଛନ୍ତି । ବରଗଡ଼ ୨୧୦, ସମ୍ବଲପୁରରୁ ୧୯୯, କଟକରୁ ୧୯୮, ଝାରସୁଗୁଡ଼ାରୁ ୧୮୩, ପୁରୀରୁ ୧୪୩ ଓ ମୟୂରଭଞ୍ଜରୁ ୧୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡ଼ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.