କେନ୍ଦୁଝର: ମହୁଲ ଗୋଟାଇବାକୁ ଯାଇଥିବା ବେଳେ ବାରହା ଆକ୍ରମଣ, ୫ ଗୁରୁତର

କେନ୍ଦୁଝର(କେନ୍ୟୁଜ୍): ମହୁଲ ଗୋଟାଇବାକୁ ଯାଇଥିବା ବେଳେ ବାରହା ଆକ୍ରମଣରେ ୪ ଜଣ ଗୁରୁତର । ଆଜି ପୂର୍ବାହ୍ନ  ୧୧.୩୦ ବେଳେ କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଭୀମକାଣ୍ଡ ପଞ୍ଚାୟତ ଅନ୍ତର୍ଗତ କାଣ୍ଡପଶି ଗ୍ରାମରେ ଘଟିଛି ଏହି ଅଘଟଣ । ମହୁଲ ଗୋଟାଉଥିବା ବେଳେ ହଠାତ ଏକ ଜଙ୍ଗଲୀ ବାରହା ନିକଟସ୍ଥ ଏକ ବୁଦାରୁ ବାହାରି ଆସି ଖଗେଶ୍ବର ମହାକୁଡଙ୍କ ଉପରେ ଆକ୍ରମଣ କରିଥିଲା ତାଙ୍କ ପୁତୁରା କାର୍ତ୍ତିକ ମହାକୁଡ  ଏହା ଦେଖି ପାଟି କରିଥିଲେ  ।  ହେଲେ ସେ ମଧ୍ୟ ଜଙ୍ଗଲୀ ବାରହା ଆକ୍ରମଣରେ ଶିକାର ହୋଇଥିଲେ।। ଘଟଣା ସ୍ଥଳରେ ଉଭୟ ଗୁରୁତର ଆହତ ହୋଇଥିଲେ।  ପରେ ଉଭୟଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ୟ ଏକ ଘଟଣାରେ ସେହି ବାରହାଟି ପୁଣି କାର୍ଡ଼ଅଙ୍ଗୀ ଗାଁରେ ୨ ଜଣ ମହିଳା ମହୁଲ ଗୋଟାଉଥିବା ଆକ୍ରମଣ କରି କ୍ଷତାକ୍ତ କରି ପକାଇଛି । ଆହତ ମାନଙ୍କୁ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୮ ଆମ୍ବୁଲାନ୍ସ ଯୋଗେ ଆଣି ଭର୍ତ୍ତି କରାଯାଇଛି ।  ସେହିଭଳି  ତେଲକୋଇ ହାଟରୁ ଘରକୁ ଫେରିବା ସମୟରେ ପୁଣି ଜଣକୁ କାମୁଡ଼ିଛି ସେହି ବାରହା। ଏହି ଘଟଣାକୁ ମିଶାଇ ସମୂଦାୟ ଆହତଙ୍କ ସଂଖ୍ୟା ୫ ରେ ପହଁଚିଛି। ଏହି ବାରହା ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାମ  ରମାକାନ୍ତ ମାହାନ୍ତ । ସମ୍ପୃକ୍ତ ବାରହା ଟିକୁ ନେଇ ସମଗ୍ର ଅଂଚଳରେ ଭୟର ବାତାବରଣ ଦେଖା ଦେଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.