ପୁରୀ ଗସ୍ତରେ 5T ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ୍, ମହାପ୍ରଭୁଙ୍କ ଦର୍ଶନ ସହ ପରିକ୍ରମା ପ୍ରକଳ୍ପର କଲେ ସମୀକ୍ଷା

ପୁରୀ ଗସ୍ତରେ 5T ତଥା ନବୀନ ଓଡିଶା ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଶ୍ରୀ ମନ୍ଦିରର ଚତୁର୍ପାଶ୍ୱ ବୁଲି ନିର୍ମାଣ କାର୍ଯ୍ୟର ଟିକନିକ ଭାବେ ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି ।

ପୁରୀ (କେନ୍ୟୁଜ): ପୁରୀ ଗସ୍ତରେ 5T ତଥା ନବୀନ ଓଡିଶା ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଶ୍ରୀ ମନ୍ଦିରର ଚତୁର୍ପାଶ୍ୱ ବୁଲି ନିର୍ମାଣ କାର୍ଯ୍ୟର ଟିକନିକ ଭାବେ ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି। ଶ୍ରୀଜଗନ୍ନାଥ ବଲ୍ଲଭ କମ୍ପ୍ଲେକ୍ସ ଠାରୁ ଶ୍ରୀମନ୍ଦିର ଦୋଳବେଦୀ କୋଣକୁ ସଂଯୋଗ ପାଇଁ ନୂତନ ରାସ୍ତାର ନିର୍ମାଣ ସମ୍ପର୍କରେ ସମୀକ୍ଷା କରିଛନ୍ତି। ରାସ୍ତା ପାଇଁ ଯେଉଁ ଜମି ଅଧିଗ୍ରହଣ ହେବ ସେ ସ୍ଥାନକୁ ବୁଲି ଦେଖିବା ସହ କାର୍ଯ୍ୟ ଶେଷ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଏଥିସହ ବଡ ଦାଣ୍ଡରେ ହେବାକୁ ଥିବା ଏସି ସେଡର ବ୍ୟବସ୍ଥାକୁ ସମୀକ୍ଷା କରିବା ସହl ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି ନିର୍ଦେଶ ଦେଇଛନ୍ତି । ନୂଆ ବର୍ଷରେ ଭକ୍ତମାନେ କିଭଳି ଶୃଙ୍ଖଳିତ ଦର୍ଶନ କରିବେ ସେନେଇ ମଧ୍ୟ ସ୍ଥିତି ପରଖିଛନ୍ତି l ସମୀକ୍ଷା ସମୟରେ ପୁରୀ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀ ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.