୯୬୬ଟି ସ୍କୁଲ ହେବ ବନ୍ଦ, ଚାଲିପାରିବନି ୧୦ଟି ପିଲାରୁ କମ୍ ଥିବା ବିଦ୍ୟାଳୟ

ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ନୂଆ ନିୟମ । ବନ୍ଦ ହେବ ୧୦ ପିଲାରୁ କମ୍ ଥିବା ୯୬୬ଟି ସ୍କୁଲ । ଗୋଟିଏ କିଲୋମିଟର ଭିତରେ ଥିବା ସ୍କୁଲରେ ସେମାନେ ପଢ଼ିବେ । ଏଥିପାଇଁ ପରିବହନ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏହା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଯେଉଁ ଛାତ୍ରଛାତ୍ରୀଙ୍କର ଉପସ୍ଥାନ ୭୫% ଥିବା ସେମାନଙ୍କ ଅଭିଭାବକଙ୍କ ବ୍ୟାଙ୍କ ଖାତାକୁ ବାଟ ଖର୍ଚ୍ଚ ବାବଦରେ ପ୍ରତିମାସ ୬୦୦ ଟଙ୍କା ଲେଖାଏଁ ପଠାଯିବ । ୧୦ ମାସ ପାଇଁ ଦିଆଯିବ ଏହି ଟଙ୍କା । ସେହିପରି ୫୦ରୁ ୭୪% ଉପସ୍ଥାନ ଥିଲେ ମାସକୁ ମିଳିବ ୪୦୦ ଟଙ୍କା । ୩୦ରୁ ୪୯% ଉପସ୍ଥାନ ଥିଲେ ମାସକୁ ମିଳିବ ୩୦୦ ଟଙ୍କା । ତେବେ ୩୦%ରୁ କମ୍ ଉପସ୍ଥାନ ଥିଲେ ଗସ୍ତ ଖର୍ଚ୍ଚ ମିଳିବନି ବୋଲି ମନ୍ତ୍ରୀ ସମୀର ଦାସ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.