Below header

ଆଜି ମାଓ ମୁକାବିଲା ନେଇ ବୈଠକ, ଓଡ଼ିଶାରେ ୧୧ଟି ନୂଆ କ୍ୟାମ୍ପ ପ୍ରତିଷ୍ଠା ହେବ

ଆଜି ମାଓ ମୁକାବିଲା ନେଇ ବୈଠକ । ଡିଜିପି ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଏଡିଜି ଅପରେସନ ଦେବଦତ୍ତ ସିଂହ, SIW DIG ଉମାଶଙ୍କର ଦାସ ବୈଠକରେ ଉପସ୍ଥିତ ରହିବେ।

ଆଜି ମାଓ ମୁକାବିଲା ନେଇ ବୈଠକ । ଡିଜିପି ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଏଡିଜି ଅପରେସନ ଦେବଦତ୍ତ ସିଂହ, SIW DIG ଉମାଶଙ୍କର ଦାସ ବୈଠକରେ ଉପସ୍ଥିତ ରହିବେ। ୧୦ ନକ୍ସଲ ଅଧୁଷିତ ଜିଲ୍ଲା ସହ କେନ୍ଦୁଝର ଓ ବୌଦ୍ଧ ଜିଲ୍ଲାର ଏସପି ମଧ୍ୟ ଯୋଗ ଦେବେ।

ଏହା ସହ CRPF IG, DIG , BSF IG ଓ DIG ଯୋଗ ଦେବେ। ଓଡ଼ିଶାରେ୧୧ଟି ନୂଆ କ୍ୟାମ୍ପ ପ୍ରତିଷ୍ଠା ହେବ। କେକେବିଏନ୍ ଓ ନେଇନପୁରୀ ଡିଭିଜନ ଫୋକସରେ ରହିବ। ରାଜ୍ୟରେ ୯୦ ପ୍ରତିଶତ ମାଓବାଦୀ ଛତିଶଗଡର ।

ଓଡ଼ିଶାରେ ମାତ୍ର ୧୬ଜଣ ମାଓବାଦୀ ଅଛନ୍ତି । ଓଡ଼ିଶା ଜୋନାଲ କମିଟିର ନେତୃତ୍ବ ନେଉଛନ୍ତି ମୁରଲୀ ଓ ମୋଦମ୍ ବାଲା କ୍ରିଷ୍ଣା । ଛତିଶଗଡ ମାଓବାଦୀ KKBNରେ ରହିଛନ୍ତି । ଏମାନଙ୍କ ମୁକାବିଲା ପାଇଁ ସ୍ବତନ୍ତ୍ର ଅତ୍ୟାଧୁନିକ ଡ୍ରୋନ ସାମିଲ ହେବ । ନାଇଟ୍ ଭିଜନ ବାଇନକୁଲାରରେ ନକ୍ସଲଙ୍କ ଗତିବିଧି ଉପରେ ନଜର ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.