ଗୁଗଲର ବଡ଼ ଆକ୍ସନ, ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି ୨୫୦୦ ଆପ୍ସ

ପ୍ଲେ ଷ୍ଟୋରରୁ ହଟାଯାଇଥିବା ଆପଗୁଡ଼ିକ ବିଷୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସରକାର ଦୀର୍ଘ ଦିନ ଧରି ଫ୍ରଡ୍‌ ଲୋନ ଆପ୍ ହଟାଇବାକୁ ଯୋଜନା କରୁଥିଲେ ।

ଟେକ୍ନୋଲୋଜିର ଏହି ଦୁନିଆରେ ସାଇବର କ୍ରାଇମ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଅନଲାଇନ୍ ଠକେଇ ଏବଂ ସ୍କାମର ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି । ଅନଲାଇନ୍ ସ୍କାମକୁ କମାଇବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏହାକୁ କଣ୍ଟ୍ରୋଲ କରିବା ପାଇଁ କେନ୍ଦ୍ର ସରକାର ଲଗାତାର ଭାବେ ନୂଆ ନୂଆ ପଦକ୍ଷେପ ନେଉଛନ୍ତି । ତେବେ ନିକଟରେ ଭାରତ ସରକାର ଗୁଗଲ ପ୍ଲେ ଷ୍ଟୋରରୁ ଫ୍ରଡ୍‌ ଲୋନ ଆପ୍ ହଟାଇବାକୁ ନିବେଦନ କରିଥିଲେ । ସରକାରଙ୍କ ନିବେଦନକୁ ଦୃଷ୍ଟିରେ ରଖି ଗୁଗଲ ପ୍ଲେ ଷ୍ଟୋରରୁ ପ୍ରାୟ ୨୫୦୦ ଆପ୍ସ ହଟାଇ ଦିଆଯାଇଛି ।

ପ୍ଲେ ଷ୍ଟୋରରୁ ହଟାଯାଇଥିବା ଆପଗୁଡ଼ିକ ବିଷୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସରକାର ଦୀର୍ଘ ଦିନ ଧରି ଫ୍ରଡ୍‌ ଲୋନ ଆପ୍ ହଟାଇବାକୁ ଯୋଜନା କରୁଥିଲେ । ଯେଉଁ ଆପ୍ସକୁ ହଟାଯାଇଛି ସେହି ଆପ୍ସ ଦ୍ୱାରା ଲୋକମାନେ ଠକାମିର ଶିକାର ହୋଇଥିଲେ ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆରବିଆଇ ଭାରତ ସହିତ ଆପ୍ସର ଏକ ହ୍ଵାଇଟ ଲିଷ୍ଟ ଜାରି କରିଛି । ଏହି ଲିଷ୍ଟକୁ ଗୁଗଲ ସହିତ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫରମେସନ ଟେକ୍ନୋଲୋଜି ସହିତ ସେୟାର କରାଯାଇଥିଲା ।

ଗୁଗଲ ପ୍ଲେ ଷ୍ଟୋରରୁ ୨୫୦୦ ଆପ୍ସକୁ ଏପ୍ରିଲ୍ ୨୦୨୧ରୁ ଜୁଲାଇ ୨୦୨୨ ମଧ୍ୟରେ ହଟାଯାଇଛି । ଏହି ସମସ୍ତ ଆପ୍ସ ଋଣ ଦେବା ନାମରେ ଲୋକଙ୍କୁ ଠକୁ ଥିଲା । ସରକାରଙ୍କ ତରଫରୁ ବର୍ତ୍ତମାନ ଏହି ସମସ୍ତ ଆପ୍ସ ଉପରେ ନଜର ରଖାଯାଉଛି । ଯଦି ଆପଣ ମଧ୍ୟ କୌଣସି ଆପ୍ ବ୍ୟବହାର କରୁଛନ୍ତି ତେବେ ତୁରନ୍ତ ଏହି ଆପ୍ସକୁ ଡିଲିଟ୍ କରି ନିଅନ୍ତୁ ।

ସୂଚନା ଥାଉ କି ଗୁଗଲ ଋଣ ଦେଉଥିବା ଆପ୍ସର ପଲିସି ବଦଳାଇ ଦେଇଛି । ଗୁଗଲ୍ କିଛି ନୂଆ ନିୟମ ଯୋଡିଛି । ଗୁଗଲ୍ ପ୍ରାୟ ୩୫୦୦ ଫ୍ରଡ ଆପ୍ସ ଚିହ୍ନଟ କରିଛି ଏବଂ ସେଥିମଧ୍ୟରୁ ୨୫୦୦ ଆପ୍ସ ହଟାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.