କଟକ-ଚାନ୍ଦବାଲି ରାସ୍ତା ରାଜକନିକା ଗଞ୍ଜା ଘାଟ ନିକଟରେ ଓଲଟିଲା ଘରୋଇ ବସ , ଅଲ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ

ଆଳି(କେନ୍ୟୁଜ୍‌) : କଟକ-ଚାନ୍ଦବାଲି ରାସ୍ତାର ଗଞ୍ଜା ଗାଁ ନିକଟରେ ଓଲଟିଲା ବସ । ବସରେ ଥିଲେ ୪୦ ଜଣ ଲେବର। ୧୫ ରୁ ଅଧିକ ଲେବର ଆହତ ହୋଇଥିବା ଜଣାଯାଇଛି। ସେମାନଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଚାନ୍ଦବାଲିରୁ ଆଳି ନରେନ୍ଦ୍ରପୁର ଯାଉଥିଲେ ଲେବର ।

ବସରେ ଥିବା ପ୍ରତ୍ୟେକ୍ଷ ଦର୍ଶୀଙ୍କ ସୂତ୍ରରୁ ଜଣା ପର୍ଡିଛି ଯେ ଡ୍ରାଇଭର ବସଟିକୁ ଠିକ ଭାବେ ଚଳାଉ ନଥିଲା । ଏପଟ ସେପଟ କରି ଚଳାଉଥିବା ଯୋଗୁ ବସଟି ଓଲଟି ପଡିଥିଲା । ବସ ଓଲଟିବା ପରେ ଡ୍ରାଇଭର ସେଟାରୁ ଚମ୍ପଟ ମାରିଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.