ରାଇମୋହନଙ୍କ ଆତ୍ମହତ୍ୟାକୁ ନେଇ ଏସିପି ଇନଚାର୍ଜଙ୍କ ସୂଚନା, ପାରିବାରିକ କଳହ ହୋଇପାରେ କାରଣ !

ଭୁବନେଶ୍ୱର (କେନ୍ୟୁଜ): ଓଲିଉଡର ଭେଟେରାନ୍ ଆକ୍ଟର ତଥା ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡା ଆତ୍ମହତ୍ୟା କରିଛନ୍ତି । ଶୁକ୍ରବାର ତାଙ୍କ ଭୁବନେଶ୍ୱର ପ୍ରାଚୀ ବିହାର ବାସଭବନରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ସେ କାହିଁକି ଆତ୍ମହତ୍ୟା କଲେ? ତାଙ୍କ ମୃତ୍ୟୁ ପଛର କାରଣ କଣ? ଏନେଇ ପୋଲିସ ପ୍ରାଥମିକ ତଦନ୍ତ ରୁ ଜାଣିବାକୁ ପାଇଛି ଯେ ପାରିବାରିକ କଳହ ପାଇଁ ଅଭିନେତା ରାଇମୋହନ ପରିଡା ଆତ୍ମହତ୍ୟା କରିଥାଇ ପାରନ୍ତି । ପରେ କଣ ପାରିବାରିକ କଳହ ଥିଲା ସେନେଇ ତଦନ୍ତ ଚାଲିଛି । ୧୦ ରୁ ୧୦.୩୦ ମଧ୍ୟରେ ରାଇମୋହନ ଙ୍କ ବଡ଼ ଝିଅ ଓ ପତ୍ନୀ କୌଣସି ଏକ କାମରେ କଟକ ଯାଇଥିଲେ ।

କିଛି ସମୟ ପରେ ରାଇମୋହନ ତାଙ୍କ ଫ୍ୟାମିଲ ଗ୍ରୁପ ରେ ଗୂଡ଼ ବାଏ ବୋଲି ମେସେଜ କଲେ । ପରେ ତାଙ୍କ ଝିଅ ମେସେଜର ରିପ୍ଲାଏ ଦେଇଥିଲେ ହେଲେ ରାଇମୋହନ ଆଉ ଉତ୍ତର ଦେଇ ନଥିଲେ । ତାପରେ କଲ ମଧ୍ୟ କରିଥିଲେ କିନ୍ତୁ ଉତ୍ତର ମିଳିନଥିଲା । ତାଙ୍କ ବଡ଼ ଝିଅ ପାଖରେ ରହୁଥିବା ପୁତୁରାଙ୍କୁ ଜଣାଇ ଥିଲେ । ସେ ଆସି ଦେଖିଥିଲେ ଯେ ଗ୍ରୀଲ ଦିଆ ଯାଇଛ ହେଲେ ଘରର କବାଟ ସବୁ ଖୋଲା ରହିଛି । ଦେଖିଲେ ରାଇମୋହନ ପରିଡା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ ଏହାପରେ ରାଇମୋହନ ଙ୍କ ବଡ଼ ଝିଅକୁ କଲ କହିଥିଲେ ଏବଂ ପୋଲିସ କୁ ମଧ୍ୟ ଜଣାଇ ଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚିଲା ବେଳକୁ ରାଇମୋହନଙ୍କୁ ଓହ୍ଲାଇ ଦେଇଛନ୍ତି । ପାଖରେ ତାଙ୍କ ବଡ଼ ଝିଅ, ସାନ ଝିଅ ଓ ପତ୍ନୀ ଉପସ୍ଥିତ ଥିଲେ । ଝିଅ ମଧ୍ୟ ୧୦ ତା ସମୟରେ କଲେଜ ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.