ଭିନ୍ନକ୍ଷମ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ, ଅଭିଯୁକ୍ତକୁ ଧରି ଛେଚିଲେ ଗ୍ରାମବାସୀ

ଭଦ୍ରକ : ଭିନ୍ନକ୍ଷମ ଯୁବତୀଙ୍କୁ ଏକୁଟିଆ ପାଇ ଅସଦାଚରଣ ଅଭିଯୋଗ । ଭଦ୍ରକ ଚାନ୍ଦବାଲି ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବାପା ମା ଘରେ ନଥିବା ବେଳେ ଜଣେ ଏଲଆଇସି ଏଜେଣ୍ଟ ଭିନ୍ନକ୍ଷମ ଯୁବତୀଙ୍କୁ ଚକଲେଟ୍‌ ଦେଇ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଗ୍ରାମବାସୀ ଓ ପରିବାର ଲୋକେ ଅଭିଯୁକ୍ତକୁ ବାନ୍ଧି ମାଡ଼ ମାରିଛନ୍ତି । ଅଭିଯୁକ୍ତ ଜଣକ ନୂଆଗାଁର କେଶବ ଦାସ ବୋଲି ଜଣାପଡ଼ିଛି । ଏନେଇ ଚାନ୍ଦବାଲି ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.