ବାରିପଦା: ଘର ସଂସାର ଛାଡି କରୋନା ଯୁଦ୍ଧରେ ଆଗେଇ ଆସିଛନ୍ତି ଆଶା ଦିଦି ଓ ଅଙ୍ଗନବାଡି କର୍ମୀ, ଘର ଘର ବୁଲି ଲୋକଙ୍କୁ କରାଉଛନ୍ତି ସଚେତନ

ବାରିପଦା: କରୋନାର କବଳରେ ଏବେ ସମଗ୍ର ବିଶ୍ୱ କବଳିତ । ଆଉ ଏହାକୁ ରୋକିବାକୁ ଯେଉଁ ଯୁଦ୍ଧ ଡାକରା ଦିଆଯାଇଛି ସେଥିରେ ସାମିଲ ହୋଇଛନ୍ତି ସବୁ ବର୍ଗର ଲୋକେ । ସମସ୍ତେ ଘରେ ରହି କରୋନା ମୁକାବିଲା କରୁଥିବା ବେଳେ ଘର ସଂସାର ଛାଡି ଘରୁ ପାଦ କାଢିବାକୁ ବାଧ୍ୟ ହେଉଛନ୍ତି ଆଶା ଦିଦି ଓ ଅଙ୍ଗନବାଡି କର୍ମୀ । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଘର ଘର ବୁଲି ଲୋକଙ୍କୁ କରାଉଛନ୍ତି ସଚେତନ ।

awearଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ବାରିପଦା ସଦର ବ୍ଳକ ଅଧିନ ରାଜାବସା ପଞ୍ଚାୟତରେ ଥିବା ବାଉରା ଗାଁଁରେ । ଏଠି ବସବାସ କରନ୍ତି ପ୍ରାୟ ୨୨୫ ରୁ ଉର୍ଦ୍ଧ ପରିବାରର ୯୦୦ ରୁ ଉର୍ଦ୍ଧ ସଦସ୍ୟ । ସମସ୍ତେ ଆଦିବାସୀ ସମ୍ପ୍ରଦାୟର । କରୋନା ଭୟ ଏମାନଙ୍କୁ ମଧ୍ୟ ଘାରିଛି । ହେଲେ କରୋନା ସମ୍ପର୍କରେ ଏମାନେ ସଚେତନ । ଆଉ ସଚେତନ ହୋଇ ପାରିଛନ୍ତି ସେହି ଗ୍ରାମର ଆଶା ଦିଦି ଓ ଅଙ୍ଗନବାଡି କର୍ମୀଙ୍କ ପାଇଁ ।

agnabadiଘର ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ଏମାନେ । ଏହି ଆଶା ଦିଦି ଓ ଅଙ୍ଗନବାଡି କର୍ମୀଙ୍କ ମଧ୍ୟ ରହିଛି ଘର ସଂସାର । ହେଲେ କର୍ମ ହିଁ ସେମାନଙ୍କ ଜୀବନ । କିଏ ଛୋଟ ଛୁଆକୁ କୋଳରୁ ଓହ୍ଲାଇଦେଇ ଘରୁ ପାଦ କାଢୁଛି ତ ଆଉ କିଏ ନିଜ ସଂସାରକୁ ଛାଡି ବାହରି ପଡୁଛି ଘର ଘର ବୁଲି ସଚେତନ କରିବାକୁ । ତେବେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ କିଭଳି ରହିଛି ସେମାନଙ୍କ ଦୈନନ୍ଦିନ ଜୀବନ ଶୁଣିବା ସେମାନଙ୍କ ମୁହଁରୁ।

corona ashaଏହି ଆଶା ଦିଦି ଓ ଅଙ୍ଗନବାଡି କର୍ମୀଙ୍କ ପ୍ରେରଣା ଓ କାର୍ଯ୍ୟ ଯୋଗୁଁ ଗାଁର ସମସ୍ତ ଲୋକ ପ୍ରାୟ ଆଜି ସଚେତନ । ନା ଘରୁ ବାହାରକୁ ପାଦ କାଢୁଛନ୍ତି ନା କୌଣସି ସରକାରୀ ନିୟମକୁ ଅଣଦେଖା କକରୁଛନ୍ତି । ଆଶା ଦିଦି ଓ ଅଙ୍ଗନବାଡି କର୍ମୀଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ସରପଞ୍ଚ ମଧ୍ୟ ପ୍ରଶଂସା କରିବାକୁ ପଛାଇ ନାହାନ୍ତି ।

 

ମୟୁରଭଞ୍ଜରୁ ସତ୍ଯଜିତ୍ ସୋମ୍ ଙ୍କ ରିପୋର୍ଟ,କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.