୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ହେଲେ ଖୋର୍ଦ୍ଧା ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ 

ଖୋର୍ଦ୍ଧା(କେନ୍ୟୁଜ): ଲାଞ୍ଚ ନେଇ ଧରାପଡିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ହେଲେ ଖୋର୍ଦ୍ଧା ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ କାମଦେବ ବିଶ୍ୱାଳ । ବିଲ୍ ପାସ୍ କରାଇଦେବାକୁ ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

ଏହାପରେ ଖୋର୍ଦ୍ଧା ସରକାରୀ କାର୍ଯ୍ୟାଳୟ ଓ ଭୁବନେଶ୍ୱର ଗଙ୍ଗନଗର ସ୍ଥିତ ବାସଭବନରେ ଚଢାଉ ଚାଲିଛି । ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ୭ ଜଣିଆ ଟିମ୍ ରେଡ୍ କରୁଛନ୍ତି । ଠିକାଦାର ଶୁଭ୍ରଜିତ ସାମନ୍ତରାୟଙ୍କଠାରୁ ଲାଞ୍ଚ ନେଉଥିଲେ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.