ଆଜି ରାଜଧାନୀରେ ଗଡ଼ିବନି ଅଟୋ, ଲୋୟର ପିଏମ୍‌ଜି ଓ ଜନପଥରେ ଧାରଣା ଦେବ ସଂଘ

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁ ଚାରିଆଡ଼େ ବସ୍‌, ଟ୍ରକ ଚଳାଚଳ ଠପ୍‌ ହୋଇଛି । ଆଜି ରାଜଧାନୀରେ ଗଡ଼ିବନି ଅଟୋ । ଭୁବନେଶ୍ୱରରେ ଆନ୍ଦୋଳନକୁ ଓହ୍ଲାଇବେ ଅଟୋ ଡ୍ରାଇଭର ।

ଭୁବନେଶ୍ୱର (କେନ୍ୟୁଜ): ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁ ଚାରିଆଡ଼େ ବସ୍‌, ଟ୍ରକ ଚଳାଚଳ ଠପ୍‌ ହୋଇଛି । ଆଜି ରାଜଧାନୀରେ ଗଡ଼ିବନି ଅଟୋ । ଭୁବନେଶ୍ୱରରେ ଆନ୍ଦୋଳନକୁ ଓହ୍ଲାଇବେ ଅଟୋ ଡ୍ରାଇଭର । ସ୍ମାର୍ଟସିଟି ଅନ୍‌ଲାଇନ ଅଟୋ ସଂଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି । ଏଥିରେ ପ୍ରାୟ ୧୦ ହଜାର ଅଟୋ ଓ କାର ଡ୍ରାଇଭର ସାମିଲ ହେବେ ।

ଲୋୟର ପିଏମ୍‌ଜି ଓ ଜନପଥରେ ଧାରଣା ଦେବ ସଂଘ । ଗତକାଲିର ଆନ୍ଦୋଳନରେ ନିଜକୁ ଅପମାନିତ ବୋଧ କରି ଆନ୍ଦୋଳନ ଧମକ ଦେଇଛି ଅଟୋ ସଂଘ । ଆନ୍ଦୋଳନରେ ସାମିଲ ହୋଇ ନଥିବାରୁ ସେମାନଙ୍କୁ ଅପମାନିତ କରାଯାଇଥିବା ସଂଘ ଅଭିଯୋଗ କରିଛି । ଆଜି ପ୍ରଥମେ ଏସଂକ୍ରାନ୍ତରେ ସଂଘ ପୋଲିସ ଡିଜି ଓ ଭୁବନେଶ୍ୱର ଡିସିପିଙ୍କୁ ଭେଟିବେ । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଅଟୋ ଚଳାଚଳ ବନ୍ଦ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.