ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡରେ କମିସନରେଟ ପୋଲିସ, ଜାରି ହେଲା ନୂଆ ଗାଇଡ୍ ଲାଇନ

ନୂଆବର୍ଷ ସେଲିବ୍ରେସନ ପୂର୍ବରୁ ଆକ୍ସନ ମୋଡରେ କମିସନରେଟ ପୋଲିସ ଓ ଅବକାରୀ ବିଭାଗ । ଆଜିଠାରୁ ପିକନିକ ପ୍ଲେସ, ବାର, କ୍ଲବ, ପବ ଓ ହୋଟେଲରେ ଯାଂଚ କରାଯିବ । ରାତି ୧୨ ଟା ପରେ କ୍ଲବ, ପବ୍ ଚଳାଇବା ପାଇଁ ଆବେଦନ ମୁତାବକ ଅନୁମତି ମିଳିଛି । ୩୧ ତାରିଖ ରାତିରେ ଜିରୋ ନାଇଟ ସେଲିବ୍ରେସନ ନେଇ କୌଣସି ଇଭେଣ୍ଟ ବା ପ୍ରାଇଭେଟ ସଂସ୍ଥାକୁ ଆଇନଶୃଙ୍ଖଳା ଦୃଷ୍ଟିରୁ ଅନୁମତି ଦିଆଯାଇନି।

ଭୁବନେଶ୍ୱର (କେନ୍ୟୁଜ): ଆସୁଛି ନୂଆ ବର୍ଷ । ଧୁମଧାମରେ ଲୋକେ ଏହାକୁ ପାଳନ କରିବେ। ହୋଟେଲ, ଡ୍ୟାନ୍ସବାର, ପବ୍ ସେମତ କ୍ଲବରେ ବ୍ୟାପକ ପ୍ରସ୍ତୁତି । ୨୦୨୪କୁ ସ୍ୱାଗତ ପାଇଁ ହୋଟେଲ, ପବ୍, ଡ୍ୟାନ୍ସ ବାର ପ୍ରସ୍ତୁତ ରହିଛି। ହେଲେ ନୂଆବର୍ଷ ସେଲିବ୍ରେସନ ପୂର୍ବରୁ ଆକ୍ସନ ମୋଡରେ କମିସନରେଟ ପୋଲିସ ଓ ଅବକାରୀ ବିଭାଗ । ଆଜିଠାରୁ ପିକନିକ ପ୍ଲେସ, ବାର, କ୍ଲବ, ପବ ଓ ହୋଟେଲରେ ଯାଂଚ କରାଯିବ । ସେହିପରି କମିସନରେଟ ପୋଲିସର କଡ଼ା ଚେତାବନୀ ଦେଇଛି । ସେଲିବ୍ରେସନ କର କିନ୍ତୁ କ୍ରାଇମ କରନି । ଜିରୋ ନାଇଟରେ ମତୁଆଲା ହୁଅ ହେଲେ ମଦ ପିଇ ରାସ୍ତାକୁ ଓହ୍ଲାଅନି । ମତୁଆଲା ହୁଅ କିନ୍ତୁ ନିୟମ ଭାଙ୍ଗନି ।

ରାତି ୧୨ ଟା ପରେ କ୍ଲବ, ପବ୍ ଚଳାଇବା ପାଇଁ ଆବେଦନ ମୁତାବକ ଅନୁମତି ମିଳିଛି । ୩୧ ତାରିଖ ରାତିରେ ଜିରୋ ନାଇଟ ସେଲିବ୍ରେସନ ନେଇ କୌଣସି ଇଭେଣ୍ଟ ବା ପ୍ରାଇଭେଟ ସଂସ୍ଥାକୁ ଆଇନଶୃଙ୍ଖଳା ଦୃଷ୍ଟିରୁ ଅନୁମତି ଦିଆଯାଇନି। ଖୋଲା ପଡ଼ିଆରେ ସେଲିବ୍ରେସନ୍‌ ମନା । ଡ୍ୟାନ୍ସ ବାରରେ ନିୟମ ଉଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ । ରାଜଧାନୀର ସମସ୍ତ ଖିଲାପକାରୀଙ୍କୁ ଜଗିବା ପାଇଁ ୩ଟି ଫ୍ଲାଇଁ ସ୍କ୍ୱାର୍ଡ ଗଠନ କରିଛି ଅବକାରୀ ବିଭାଗ ।

ଏଥିସହିତ ଡ୍ରଙ୍କ ଆଣ୍ଡ ଡ୍ରାଇଭକୁ ଆହୁରି ଜୋରଦାର କରାଯିବ ବୋଲି ନିଷ୍ପତ୍ତି ନେଇଛି । ଏ ନେଇ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । କଟକ ଭୁବନେଶ୍ବର କମିଶନରେଟ ପୋଲିସ ତରଫରୁ ପଦକ୍ଷେପ ଆରମ୍ଭ ହୋଇଯାଇଛି । ବିଶେଷ କରି ମଦ ପିଇ ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ପୋଲିସ ଅଧିକ ନଜର ରଖିବ । ବଡ ଦିନ ଉପଲକ୍ଷେ ବିଭିନ୍ନ ଚର୍ଚ୍ଚରେ ଆଜିଠାରୁ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ସେଠାରେ ଯେପରି କୈଣସି ଅସୁବିଧା ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।

ମଦୁଆ ଚାଳକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ଵରର ବିଭିନ୍ନ ରାସ୍ତାକୁ ଜାମ କରାଯାଇ ଚେକିଂ କରାଯିବ । ଯେଉଁମାନେ ମଦ ପିଇ ଗାଡି ଚାଳନା କରୁଥିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠନ ନିଆଯିବ । ନୂଆ ବର୍ଷକୁ ସ୍ୱାଗତ ପାଇଁ ସମସ୍ତେ ସେଲିବ୍ରେସନ କରନ୍ତୁ । ହେଲ ଶାନ୍ତିଶୃଙ୍ଖଳାରେ ସେଲିବ୍ରେସନ କରିବା ପାଇଁ ପୋଲିସ ପକ୍ଷରୁ ସମସ୍ତଙ୍କୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.