ଏବେ ଟେନସନ୍ ଫ୍ରି ମଦ୍ୟପ ଚାଳକ: କରୋନା ଭୂତାଣୁ ବ୍ୟାପିବା ଆଶଙ୍କା ରହିଥିବାରୁ ‘ବ୍ରେଦ୍‌ ଆନାଲାଇଜର’ ବ୍ୟବହାର ନକରିବାକୁ ପୋଲିସ ଡିଜିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : କରୋନା ପାଇଁ ତ୍ରାହୀ ପାଇଲେ ମଦ୍ୟପ ଚାଳକ । ମଦ୍ୟପ ଚାଳକଙ୍କୁ ପରୀକ୍ଷା କରିବା ପାଇଁ ବ୍ୟବହାର କରାଯାଉଥିବା ‘ବ୍ରେଦ୍‌ ଆନାଲାଇଜର’ ଜରିଆରେ କରୋନା ଭୂତାଣୁ ବ୍ୟାପିବା ଆଶଙ୍କା ରହିଥିବାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବ୍ରେଦ୍‌ ଆନାଲାଇଜର ବ୍ୟବହାର ନ କରିବାକୁ ପୋଲିସ ଡିଜି ସମସ୍ତ ଏସ୍‌ପି ଓ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ କମିସନରେଟ୍‌ ପୁଲିସ ଟ୍ରାଫିକ୍ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିଥିଲା। ମଦ୍ୟପ ଚାଳକଙ୍କ ଦ୍ବାରା ସର୍ବାଧିକ ଦୁର୍ଘଟଣା ଘଟିଥିବାରୁ କମିସନରେଟ୍‌ ପୋଲିସ ଏହି ଚାଳକଙ୍କ ଉପରେ କଡ଼ା ନଜର ରଖିଥିଲା। ଯାହା ପରେ ଦୁର୍ଘଟଣା ହାର ମଧ୍ୟ କମି ଯାଇଥିବା ବିଭିନ୍ନ ସୂତ୍ରରୁ ଜାଣିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.