ଦୁଃସ୍ୱପ୍ନ ଭଳି ଲାଗୁଛି ଘଟଣା: ବୋଲେରୋ ଭିତରେ ଥିଲେ ମୋଟ ୧୧ ଯାତ୍ରୀ, ବଞ୍ଚିଗଲେ କେବଳ ୪ଜଣ

ଖୁସି ନେଇ ଯାଇଥିଲୁ ଦୁଃଖ ନେଇ ଫରିଲୁ । କିଛି ଘଣ୍ଟା ପୂର୍ବରୁ ହସଖୁସିରେ ମସଗୁଲ୍‌ ଥିବା ବରଯାତ୍ରୀଙ୍କ ଏମିତି ଅକାଳ ବିୟୋଗ ହେବ କେହି ସ୍ୱପ୍ନରେ ବି ଭାବି ନଥିଲେ । ବରଯାତ୍ରୀ ଗଲେ କନ୍ୟା ଘରେ ଭୋଜି ଖାଇଲେ । ଆଉ ଫେରିଲା ବେଳେ ଏଭଳି ଅଘଟଣ ନେଇଗଲା ସାଥୀମାନଙ୍କ ଜୀବନ ।

ସମ୍ବଲପୁର(କେନ୍ୟୁଜ୍): ଖୁସି ନେଇ ଯାଇଥିଲୁ ଦୁଃଖ ନେଇ ଫରିଲୁ । କିଛି ଘଣ୍ଟା ପୂର୍ବରୁ ହସଖୁସିରେ ମସଗୁଲ୍‌ ଥିବା ବରଯାତ୍ରୀଙ୍କ ଏମିତି ଅକାଳ ବିୟୋଗ ହେବ କେହି ସ୍ୱପ୍ନରେ ବି ଭାବି ନଥିଲେ । ବରଯାତ୍ରୀ ଗଲେ କନ୍ୟା ଘରେ ଭୋଜି ଖାଇଲେ । ଆଉ ଫେରିଲା ବେଳେ ଏଭଳି ଅଘଟଣ ନେଇଗଲା ସାଥୀମାନଙ୍କ ଜୀବନ । ବୋଲେରୋ ଭିତରେ ମୋଟ ୧୧ ଜଣ ଥିଲେ । ଗାଡ଼ି ବି ଜୋରରେ ଗଡୁଥିଲା । ବୋଧହୁଏ ରାସ୍ତାରେ ମୋଡ଼ ଥିଲା ବୋଲି ଜାଣି ପାରିଲେନି ଡ୍ରାଇଭର କିମ୍ବା ବିଳମ୍ବିତ ରାତି ଯୋଗୁଁ ଟିକେ ନିଦ ଆସି ଯାଇଥିଲା । ଠିକ୍‌ ମୋଡ଼ ଆଗରେ ଥିଲା ବ୍ରିଜ୍‌ । ସଚେତନ ହେଲା ବେଳକୁ ଗାଡ଼ି ନିୟନ୍ତ୍ରଣ ବାହାରେ ଥିଲା । କେନାଲ ଭିତରକୁ ପଶି ଓଲଟି ପଡ଼ିଲା । ଗୋଟିଏ ଗାଁର ୧୧ ଜଣ ଯାକ ଥିଲେ ବୋଲେରୋ ଭିତରେ । କେବଳ ଚାରି ଜଣ ବଞ୍ଚିଗଲେ । ସେମାନଙ୍କୁ ଦୁଃସ୍ୱପ୍ନ ଭଳି ଲାଗୁଛି ଘଟଣା।

ଷ୍ଟେଚର ଉପରେ ଧଳା ଚାଦର ଘୋଡାଯାଇଥିଲା ଛଅ ଛଅ ଜଣଙ୍କ ମୃତ ଶରୀର। ଦେଖିଲା ବେଳକୁ ଥରି ଉଠୁଛି। ଏକାବେଳକେ ୬ ଜଣଙ୍କର ମୃତ୍ଯୁ କେମିତି?କେଉଁ ପରିସ୍ଥିତିରେ ହେଲା ସେ କଥା କହିବାକୁ କାହା ତୁଣ୍ଡରେ ବଚନ ନାହିଁ। ସଭିଏଁ ସ୍ତବ୍ଧ। ଯାହା ଘଟିଗଲା ଘଟିବାର ନଥିଲା। ଏକାବେଳକେ ଛଅ ଜଣଙ୍କ ମୃତ୍ଯୁକୁ ଗ୍ରହଣ କରିପାରୁପାରୁନାହାନ୍ତି ସମ୍ପର୍କୀୟ। ଧଳା ଚାଦର ଘୋଡା ଶବକୁ ଦେଖି ଅଟକାଇ ପାରୁନାହାନ୍ତି ନିଜ କୋହକୁ। ଏଭଳି କିଛି ଛବି ଦେଖିବାକୁ ମିଳିଛି ଡାକ୍ତରଖାନା ପରିସରରେ।

body

ମୃତ୍ୟୁ କେତେବେଳେ କାହାକୁ କେଉଁଠି ଅପେକ୍ଷା କରିଥାଏ, ତାହା କାହାକୁ ଜଣାନଥାଏ। ଠିକ୍‌ ଏମିତି ଜଗି ବସିଥିଲା ଯମ, ଆଉ ବାହାଘର ଉତ୍ସବରେ ଯୋଗ ଦେଇ ଫେରୁଥିବା ବେଳେ ଚାଲିଗଲା ଏମାନଙ୍କ ଜୀବନ। ହଠାତ୍ ଖୁସିର ମୁହୂର୍ତ୍ତରେ ମାଡି ଆସିଲା ଦୁଃଖର କଳା ବାଦଲ । ଦେଖୁ ଦେଖୁ ନିମିଷକ ଭିତରେ ସବୁ କିଛି ହୋଇଗଲା ଛାରଖାର୍ ।

ବରଯାତ୍ରୀରୁ ସିଧା ଶେଷ ଯାତ୍ରା। ଭୋଜି ଖାଇ ଫେରୁଥିବାବେଳେ ଓଲଟିଲା ବରଯାତ୍ରୀ ଗାଡ଼ି । ସିଧା କେନାଲ୍‌ ଭିତରେ ଯାଇ ପଶିଗଲା ବୋଲେରୋ ଗାଡିଟି। ଆଖିପଛୁଳାକେ କିଏ କିଛି ଭାବିବା ପୂର୍ବରୁ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ସମ୍ବଲପୁର ଜିଲ୍ଲା ଶାସନ ଥାନା ବିଶାଳଖିଣ୍ଡା ଶାସନ କେନାଲରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବରଯାତ୍ରୀରେ ଯୋଗ ଦେଇ ଫେରିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା ବରଯାତ୍ରୀଙ୍କୁ ନେଇ ଫେରୁଥିବା ବୋଲେରୋ ଗାଡ଼ି ।

drown

ଯାହର ସୂଚନା ମିଳିଛି ଗତକାଲି ବିଳମ୍ବିତ ରାତି ୨ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଝାରସୁଗୁଡା ଜିଲ୍ଲା କନକତୁରା ବଡ଼ଧରା ଅଞ୍ଚଳରୁ ପରମାନପୁରକୁ ଆସିଥିଲେ ବରଯାତ୍ରୀ । ହସ ଖୁସିରେ କନ୍ୟା ଘରେ ସମସ୍ତେ ପହଞ୍ଚିଥିଲେ । ଭୋଜି ଖାଇ ଫେରୁଥିବା ବେଳେ ବିଶାଳଖିଣ୍ଡା ବୁଲାଣି ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ସିଧା ଶାସନ କେନାଲ ଭିତରେ ପଶି ଯାଇ ଓଲଟି ପଡିଥିଲା।ଫଳରେ ଗାଡ଼ି ଭିତରେ ଥିବା ଲୋକମାନେ ବାହାରି ପାରି ନଥିଲେ । କୌଶଳ କ୍ରମେ ଜଣେ ଯୁବକ ବାହାରି ସମ୍ପର୍କୀୟଙ୍କୁ ଫୋନ୍‌ କରିଥିଲେ । ପରେ ୩ ଜଣ ବାହାରି ପାରିଥିଲେ । ଆଉ ୬ ଜଣ ବାହାରି ପାରି ନଥିଲେ । ବର୍ତ୍ତମାନ ସୁଦ୍ଧା ଗାଡ଼ି ଚାଳକଙ୍କ କୌଣସି ପତ୍ତା ମିଳିନାହିଁ। ।

ଦୁର୍ଘଟଣା ନୁହେଁ ତ ଯମ। ଆଖିପିଛୁଳାକେ ୬ଜଣଙ୍କ ପିଣ୍ଡରୁ ପ୍ରାଣ ନେଇ ଚାଲିଗଲା। ଦର୍ଶକବନ୍ଧୁ ଆମେ ବାରମ୍ବାର ସଚେତନ କରାଉଛୁ। ବାରମ୍ବାର ଏଭଳି ଭୟଙ୍କର ଦୁର୍ଘଟଣା ସମ୍ପର୍କରେ ଖବର ପ୍ରସାରଣ କରୁଛୁ। ଆଉ ବାରମ୍ବାର ଚେତାଇ ଦେଉଛୁ କି ଦ୍ରୁତ ଗତି ମହା ବିପତ୍ତି। ସାମାନ୍ଯ ଅବହେଳା ପାଇଁ ଆଜି ଘଟିଗଲା ଏତେ ବଡ ଅଘଟଣ।