ଆଜି ବଲାଙ୍ଗିର ଜିଲ୍ଲା ଗସ୍ତ କରିଥିଲେ କାର୍ତ୍ତିକ ପାଣ୍ଡିଆନ, ୧୩ରେ ଯିବେ ସମ୍ବଲପୁର

ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ବଲାଙ୍ଗିର ଗସ୍ତରେ ଯାଇଥିଲେ। ଆସନ୍ତାକାଲି କଳାହାଣ୍ଡି ଏବଂ ୧୩ରେ ରହିଛି ସମ୍ବଲପୁର ଜିଲ୍ଲା ଗସ୍ତର କାର୍ଯ୍ୟକ୍ରମ ।

ବଲାଙ୍ଗିର (କେନ୍ୟୁଜ୍‌): ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ବଲାଙ୍ଗିର ଗସ୍ତରେ ଯାଇଥିଲେ। ଆସନ୍ତାକାଲି କଳାହାଣ୍ଡି ଏବଂ ୧୩ରେ ରହିଛି ସମ୍ବଲପୁର ଜିଲ୍ଲା ଗସ୍ତର କାର୍ଯ୍ୟକ୍ରମ । କାର୍ତ୍ତିକ ପାଣ୍ଡିଆନ ବଲାଙ୍ଗିରରେ ନୂଆ ଓ ମିଟିଂରେ ଯୋଗ ଦେଇଥିଲେ। ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ପଛରେ ତିନୋଟି ପ୍ରମୁଖ ଲକ୍ଷ୍ୟ ରହିଛି ।

ପ୍ରଥମତଃ ଦଳ ସହ ଯୁବ ଭୋଟରଙ୍କୁ ଯୋଡ଼ିବା । ଦ୍ବିତୀୟରେ ବିରୋଧୀଙ୍କ ଅପପ୍ରଚାରକୁ କାଉଣ୍ଟର କରିବା ସହ ନବୀନଙ୍କ ସରକାର ଜିଲ୍ଲା ପାଇଁ କ’ଣ କରିଛନ୍ତି, ଗରିବଙ୍କ ପାଇଁ କ’ଣ କରିଛନ୍ତି, ସେ ବିଷୟରେ ଲୋକଙ୍କୁ ଅବଗତ କରାଇବା । ତୃତୀୟରେ ୨୦୧୯ରେ ବିଜେଡି ଯେଉଁଠି ଦୁର୍ବଳ ଥିଲା, ସେଠି ସଙ୍ଗଠନକୁ ମଜଭୁତ କରିବା । ଲଗାତାର ୨୦୧୪ ଓ ୨୦୧୯ରେ ବିଜେଡି ବଲାଙ୍ଗିର ବିଧାନସଭା ଆସନ ଜିତିପାରି ନାହିଁ । ସେହିଭଳି କଣ୍ଟାବାଞ୍ଜି ବିଧାନସଭା ଆସନରେ ୨୦୧୯ରେ କଂଗ୍ରେସ ମାତ୍ର ଅଳ୍ପ ଭୋଟରେ ଜିତିଥିଲା । ସଇଁତଳାରେ କଂଗ୍ରେସ ବ୍ଲକ ଅଧ୍ୟକ୍ଷ ଜିତିଛି ।

ଆସନ୍ତାକାଲି କଳାହାଣ୍ଡି ଗସ୍ତରେ ଯାଉଛନ୍ତି କାର୍ତ୍ତିକ ପାଣ୍ଡିଆନ । ୧୩ରେ ଯିବେ ସମ୍ବଲପୁର । ଭବାନୀପାଟଣାରେ ନୂଆ ଓ ମିଟିଂ ରହିଛି । ଗତଥର ଭବାନୀପାଟଣା ଆସନ ବିଜେପି ଜିତିଥିଲା । ସମ୍ବଲପୁର ବିଧାନସଭା ଆସନରେ ଗତଥର ବିଜେପି ବିଜୟୀ ହୋଇଥିଲା । ରେଙ୍ଗାଳିରେ ମଧ୍ୟ ବିଜେପି ଜିତିଥିଲା । କୁଚିଣ୍ଡା, ରେଢାଖୋଲରେ ବିଜେଡି ବିଜୟୀ ହୋଇଥିଲେ ମଧ୍ୟ ପାର୍ଟିର ସଙ୍ଗଠନକୁ ଆହୁରି ମଜଭୁତ କରିବା ଲକ୍ଷ୍ୟରେ ରହିଛି ଦଳ ।

ବଲାଙ୍ଗିର ଗସ୍ତ ବେଳେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନିଜ ଅଭିଭାଷଣରେ ଲୋୟର ସୁକତେଲ ପ୍ରକଳ୍ପ, ଜାନୁଆରୀ ୧୬ ସୁଦ୍ଧା ଗ୍ରାମାଞ୍ଚଳର ଆହୁରି ଅଧିକ ଲୋକେ ବିଏସକେୱାଇରେ ସାମିଲ ହେବା ଏବଂ ଜିଲ୍ଲାକୁ ମିଳିବାକୁ ଥିବା ଲକ୍ଷ୍ମୀ ବସ ସେବାକୁ ଫୋକସ୍‌ କରିଥିଲେ । ପଞ୍ଚାୟତରେ ମିଳୁଥିବା ବ୍ୟାଙ୍କିଂ ସେବା ସୁବିଧା ବିଷୟରେ ମଧ୍ୟ କହିଥିଲେ କାର୍ତ୍ତିକ ପାଣ୍ଡିଆନ । କିନ୍ତୁ ବିରୋଧୀ ଦଳର କୌଣସି ନେତାଙ୍କୁ ଆକ୍ଷେପ କରି ନ ଥିଲେ । କଂଗ୍ରେସର ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା ଓ ବିଜେପିର ସଙ୍ଗୀତା ସିଂହଦେଓ, କେଭି ସିଂହଦେଓଙ୍କ ଭଳି ନେତା ବଲାଙ୍ଗିରରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.