ବାଉଁଶ ପୋଲ ଉପରେ କାର୍ ଛାଡି ପଳାଇଲେ ଲୁଟେରା, ଏଟିଏମ୍‌ ଲୁଟ୍‌ରେ ସମ୍ପୃକ୍ତ ଥିବା ସନ୍ଦେହ

ଗାଡ଼ି ଛାଡ଼ି ପଳାଇଲେ ଲୁଟେରା । ୧୨ ଲକ୍ଷ ଟଙ୍କାର ଗାଡି ନେଇ ଆସି ଲୁଟ କରିଥିଲେ । ଆଉ ଲୁଟ ପରେ ପୋଲିସଠାରୁ ବଞ୍ଚିବା ପାଇଁ ଗାଡ଼ି ଛାଡ଼ି ପଳାଇଲେ । ଘଟଣା ଘଟିଛି ଖୁଣ୍ଟା ଥାନା ରାଣୀବନ୍ଧ ଗଙ୍ଗାହାର ପୋଲ ଉପରେ ।

ଉଦଳା (କେନ୍ୟୁଜ୍‌): ଗାଡ଼ି ଛାଡ଼ି ପଳାଇଲେ ଲୁଟେରା । ୧୨ ଲକ୍ଷ ଟଙ୍କାର ଗାଡି ନେଇ ଆସି ଲୁଟ କରିଥିଲେ । ଆଉ ଲୁଟ ପରେ ପୋଲିସଠାରୁ ବଞ୍ଚିବା ପାଇଁ ଗାଡ଼ି ଛାଡ଼ି ପଳାଇଲେ । ଘଟଣା ଘଟିଛି ଖୁଣ୍ଟା ଥାନା ରାଣୀବନ୍ଧ ଗଙ୍ଗାହାର ପୋଲ ଉପରେ । ଗଙ୍ଗାହାର ବାଉଁଶ ପୋଲ ଉପରେ ଗାଡି ପାର କରି ନ ପାରି ଲୁଟେରାମାନେ ଗାଡି ଛାଡି ଫେରାର ହୋଇଯାଇଛନ୍ତି । ଗାଡି ଭିତରୁ ଗ୍ୟାସ କଟର, ସ୍ପ୍ରେ, ମାସ୍କ ଏବଂ ଲୁଟେରାଙ୍କ ପିନ୍ଧା ପ୍ୟାଣ୍ଟସାର୍ଟ ଜବତ କରିଛି ପୋଲିସ ।

ଲୁଟେରାମାନେ ଗତକାଲି ରାତିରେ ସୋର ଥାନା ଅଞ୍ଚଳର ୨ଟି ଏଟିଏମରୁ ଲୁଟ କରିଥିବା ସନ୍ଦେହ କରାଯାଉଛି । ସେଠାରୁ ଲୁଟ କରି ଖସି ଆସିଥିଲେ ଏବଂ ବାଟ ଭୁଲି ବାଉଁଶ ପୋଲ ଉପରେ ଗାଡି ଚଢାଇ ଦେଇଥିଲେ । ହେଲେ ଗାଡି ପାର ନ ହେବାରୁ ଗାଡି ଛାଡି ୫ ଜଣରୁ ଅଧିକ ଲୁଟେରା ଖସି ଯାଇଛନ୍ତି ।

ଏହାସହିତ ଲୁଟେରାଙ୍କ ଆଉ ଏକ ଦଳ ଅନ୍ୟ ଏକ ବୋଲେରୋ ଗାଡିରେ ରହିଥିବା ବେଳେ ଗତ ରାତିରେ ପୋଲିସ ଉଭୟ ଗାଡିକୁ ଧରିବାକୁ ଚେଷ୍ଟା କରିଥିଲା । ହେଲେ ଲୁଟେରାମାନେ ପୋଲିସକୁ ଚକମା ଦେଇ ଖସି ପଳାଇଛନ୍ତି । ସେମାନେ ବ୍ୟବହାର କରିଥିବା ଗାଡିର ନମ୍ବର ଝାଡ଼ଖଣ୍ଡ ଅଞ୍ଚଳର । ଖୁଣ୍ଟା ପୋଲିସ ଗାଡି ଜବତ କରି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.