Below header

କରୋନା କଟକଣାରେ ପାଳିତ ହେଲା ପ୍ରଭୁ ଯୀଶୁଙ୍କ ଜନ୍ମ ଦିନ

କଳାହାଣ୍ଡି: ସାରା ବିଶ୍ୱ କରୋ ନା ମହାମାରୀ କବଳରେ ବନ୍ଧା ପଡ଼ିଥିବା ବେଳେ ରାଜ୍ୟରେ ସବୁ ପର୍ବପର୍ବାଣି, ଯାନୀ ଯାତ୍ରା ଫିକା ହୋଇ ଯାଇଛି । ସେହିଭଳି ଡିସେମ୍ବର ୨୫ ତାରିଖ ପ୍ରଭୁ ଯୀଶୁଙ୍କ ଜନ୍ମ ଦିନରେଖ୍ରୀଷ୍ଟ ଧର୍ମ ଅବଲମ୍ବୀମାନେ ଘରେ ରହି ଏହି ପର୍ବ ପାଳନ କରିଛନ୍ତି ।

ଏହି ଅବସରରେ କଳାହାଣ୍ଡି ଜୁନାଗଡ଼ କାଲବରୀ ମିନିସ୍ତ୍ରୀ ପ୍ରେୟାର ହାଉସ ଠାରେ ରାଜ୍ୟ ସରକାରଙ୍କ କରୋନା କଟକଣା ନିୟମ ମାନି ପାଳିତ ହୋଇଯାଇଛି ପ୍ରଭୁ ଯୀଶୁଙ୍କ ଜନ୍ମ ଦିନ । ଉତ୍ସବରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇଥିଲେ । ଖୁବ୍‌ କମ୍‌ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ । ରାଜ୍ୟ ସରକାର ବଡ଼ଦିନ ପାଳନ କରିବାକୁ ଅନୁମତି ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ଲୋକେ ଏବଂ କରୋନା ମହାମାରୀରୁ କିଭଳି ସାରା ବିଶ୍ବ ମୁକ୍ତି ପାଇବ ସେଥିପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.