ମୟୁରଭଞ୍ଜ ଚଢେଇଭୋଳ ନିକଟରୁ ଏକ ଘରୋଇ ବସ୍ ଭିତରୁ ୩୫ କେଜି ଗଞ୍ଜେଇ ଜବତ

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ ଚଢେଇଭୋଳ ନିକଟରୁ ଏକ ଘରୋଇ ବସରୁ ୩୫ କେଜି ଗଞ୍ଜେଇ ଜବତ କରାଯାଇଛି । କରଞ୍ଜିଆ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କେନ୍ଦୁଝରରୁ କଲକତା ଆସୁଥିବା ବସ ଗୁଡିକ ଯାଞ୍ଚ କରିଥିଲେ ।

ବିଳମ୍ବିତ ରାତିରେ ଯାଞ୍ଚ ସମୟରେ ୭ଟି ଗଜେଇ ପ୍ଯାକେଟ ଜବତ କରାଯାଇଛି । ଘରୋଇ ବସର କଣ୍ଡକ୍ଟର ଓ ହେଲପରକୁ ଅଟକ ରଖିଛନ୍ତି କରଞ୍ଜିଆ ପୋଲିସ । ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.