ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ କନଷ୍ଟେବଳଙ୍କ ଉପରେ ମାଡ଼ିଗଲା କାର୍‌

ବାଙ୍କୀ(କେନ୍ଯୁଜ୍): କନଷ୍ଟେବଳଙ୍କ ଉପରେ ମାଡ଼ିଗଲା କାର୍‌। ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ କନଷ୍ଟେବଳଙ୍କୁ ଧକ୍କା ଦେଇଥିଲା କାର୍‌ । ବାଙ୍କୀ-କଟକ ରାସ୍ତାର କଇଁମୁଣ୍ଡି ଫାଣ୍ଡି ନିକଟସ୍ଥ ଚାରିଘରିଆ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତକ ହେଲେ କଇଁମୁଣ୍ଡି ଫାଣ୍ଡିର କାର୍ଯ୍ୟରତ କନେଷ୍ଟବଳ ରମେଶଚନ୍ଦ୍ର ପରିଡ଼ା।

ସୂଚନା ଅନୁସାରେ, ଆଜି ଭୋର ସମୟରେ ରମେଶଚନ୍ଦ୍ର ମର୍ଣ୍ଣିଂ ୱାକ୍‌ ପାଇଁ ଯାଇଥିଲେ। ଏହି ସମୟରେ ଆଠଗଡ଼ ପଟୁ ଦ୍ରୁତ ଗତିରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାର୍‌ ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ରମେଶଚନ୍ଦ୍ରଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.