ଆସନ୍ତାକାଲି କିଟ୍ ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ

ଭୁବନେଶ୍ବର : ଆସନ୍ତାକାଲି କିଟ୍ ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ । ସମାବର୍ତ୍ତନ ପୂର୍ବ ସନ୍ଧ୍ୟାରେ କିଟ୍ ଅଡିଟୋରିୟମରେ ଅନୁଷ୍ଠିତ ହୋଇଥିଲା ନଲେଜ ଟ୍ରି କାର୍ଯ୍ୟକ୍ରମ । ବହୁ ବିଶିଷ୍ଠ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଛାତ୍ରଛାତ୍ରୀଙ୍କୁ ସଫଳ ଭବିଷ୍ୟତ ଗଠନ ନେଇ ପରାମର୍ଶ ଦେଇଥିଲେ । ବିଶିଷ୍ଠ ଅଭିନେତା କବୀର ବେଦୀ କିଟ୍ ବିଶ୍ୱ ବିଦ୍ୟାଳୟକୁ ଅନନ୍ୟ କହିବା ସହ ଶିକ୍ଷା ସମାଜକୁ କିପରି ବଦଳାଇ ପାରିବ ସେ ନେଇ କହିଥିଲେ । ସେହିପରି ୧୯୮୫ମସିହାରେ ଶାନ୍ତି ପାଇଁ ନୋବେଲ ପାଇଥିବା ପ୍ରଫେସର ଏର୍ନେଷ୍ଟୋ କାହାନ ଟଲେରେନ୍ସ ଫର ପିସ୍ ଆଣ୍ଡ ହ୍ୟୁମାନିଟିଜ ଉପରେ ନିଜର ଅଭିଭାଷଣ ରଖିଛନ୍ତି । ନିକ୍ଲସ୍ ସାମୁଏଲ୍ ଗୁଗର୍ ମଧ୍ୟ ଛାତ୍ରଛାତ୍ରୀଙ୍କୁ ତାଙ୍କ ଜୀବନ ଅନୁଭୂତି କହିଥିଲେ ।