ଏଣିକି ନିଶାଦ୍ରବ୍ୟ ଚୋରାଚାଲାଣ ରୋକିବାକୁ ନିଆଯିବ କଡ଼ା ପଦକ୍ଷେପ

ଭୁବନେଶ୍ବର : ନିଶାଦ୍ରବ୍ୟ ଚୋରାଚାଲାଣ ରୋକିବାକୁ କଡ଼ା ପଦକ୍ଷେପ ନିଆଯିବ । ଏନେଇ ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ କାଯ୍ୟାଳୟରେ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକରେ ଆଲୋଚନା କରାଯାଇଛି । ବିଶେଷକରି ଗଞ୍ଜେଇ ଚୋରା ଚାଲାଣ ରୋକିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଚଳିତ ବର୍ଷ ଏବେ ସୁଦ୍ଧା ୬୭୩ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଏବର୍ଷ ୪ହଜାର୬୩୨ ଏକର ଜମିରେ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୧୧୫ଟି ଗାଡ଼ି ଜବତ ସହ ୩୬୦ଜଣଙ୍କୁ ଗିରଫ କରିଛି ପୋଲିସ । ବିଶେଷ କରି କନ୍ଧମାଳ ଓ ବୌଦ୍ଧରେ ଗଞ୍ଜେଇ ଚାଷ କରାଯାଉଛି । ମାଲକାନାଗିରିରେ ଗଞ୍ଜେଇ ଚାଷ କମିଛି । ମାଓବାଦୀଙ୍କର ଏହା ଏକ ଆୟର ସ୍ରୋତ ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.