ବାତ୍ୟା ପାଇଁ ସମୁଦ୍ରରେ ଉଠିଲାଣି ବଡ ଜୁଆର, ବେଳାଭୂମିକୁ ନ ଆସିବା ପାଇଁ ପର୍ଯ୍ୟଟକଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରୁଛି ପୋଲିସ

ପୁରୀ (କେନ୍ୟୁଜ): ବାତ୍ୟା ଅସାନୀ ପାଇଁ ସମୁଦ୍ର ଅଶାନ୍ତ । ଆଜି ସମୁଦ୍ରରେ ଉଚ୍ଚ ଢେଉ ସହ ଲହଡ଼ି କୂଳରୁ ଅତି ଉପରକୁ ଆସୁଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ପୁରୀ ବେଳାଭୂମିରୁ ପର୍ଯ୍ୟଟକଙ୍କୁ ଖାଲି କରାଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ସମୁଦ୍ର କୂଳକୁ ନ ଆସିବା ପାଇଁ ପର୍ଯ୍ୟଟକଙ୍କୁ ସଚେତନ କରାଯାଉଛି ।

ସେହିପରି ଅଗ୍ନିଶମ, ଲାଇଫଗାର୍ଡ ଓ ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଭାବେ ବେଳାଭୂମିର ସମସ୍ତ ସେକ୍ଟରରେ ଲୋକଙ୍କୁ ଖାଲି କରାଯିବା ସହ ସମୁଦ୍ରରେ ନ ଗାଧୋଇବାକୁ ପରାମର୍ଶ ଦିଆଯାଇଛି । ସେହିପରି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରବର୍‌ ବୋଟ,ଲାଇଫ ସେଭିଂ ଜ୍ୟାକେଟ, ଜେନସେଟ୍‌ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ରହିଛି ।

ସେପଟେ ପାରାଦୀପରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି । ପୁରୀ ଓ ପାରାଦୀପରେ ୨ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ସେପଟେ ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ୨ ଦିନ ପାଇଁ ବେଳାଭୂମିକୁ ଆସିବାକୁ ବାରଣ କରିଛି ଗଂଜାମ ଜିଲ୍ଲା ପ୍ରଶାସନ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.